STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଶୀତ ରାଣୀ

ଶୀତ ରାଣୀ

1 min
406


ଶୀତଳ କୁହୁଡ଼ି ଶୀତରେ    

ପବନର ଗର୍ଜନ, 

କୋହଲା ପାଗ ଟି କରୁଛି      

ଶରୀରରେ କମ୍ପନ !!


କୁହୁଡ଼ି ଛାୟାର ପ୍ରକୋପ      

ନାହିଁ ସୂର୍ଯ୍ୟ ଦର୍ଶନ,

ଋତୁ କି ଆଣିଛି ମର୍ତ୍ତ୍ୟରେ     

ଶୀତଳର ପବନ !!


ଦେଉଛି ଯନ୍ତ୍ରଣା ବୃଦ୍ଧଙ୍କୁ        

କମ୍ପିତ ଟି ଶରୀର

କରୁ ଅଛି ଶିଶୁ ରୋଦନ       

କାକର ଯେ ପ୍ରଖର !!


ରାତି ନିରବତା ମର୍ତ୍ତ୍ୟରେ    

କାକର ର ବର୍ଷର

ଅଗ୍ନି ସ୍ପର୍ଶ ପାଇଁ ଜୀବନ     

ହେଉ ଅଛି ଆତୁର !!


ପରିବେଶ ଟି ଦେଉଛି     

ସୌନ୍ଦର୍ଯ୍ୟ ଅନୁଭୂତି

ପନିପରିବାଯେ ସ୍ବାଦିଷ୍ଟ      

ରୁଚିକର ସେ ଅତି !!


ଖୁସିରେ ଅଛନ୍ତି କୃଷକ      

ଧାନ ଫସଲ ଦେଖି

ଚାହିଁଛନ୍ତିରେ ମହାଲକ୍ଷ୍ମୀ        

ଦେଇ କରୁଣା ଆଖି !!


ସ୍ନାନ କରିବା ଟା ଶୀତରେ     

ହେଉଛି ଅସମ୍ଭବ

ଚତୁର୍ଦ୍ଦିଗ ଦିଶୁ ଅଛିରେ      

ଶୀତ ଋତୁ ପ୍ରଭାବ !!


ନୂଆ ନୂଆ ପତ୍ର ବୃକ୍ଷର      

ମୌସୁମୀର ଦୃଶ୍ୟ

କରୁଛି ଆନନ୍ଦ ମନକୁ      

ବାସ୍ନା ଫୁଲ ଓ ପୁଷ୍ପ !!


ଦେଖି ପ୍ରାକୃତିକ ଦୃଶ୍ୟକୁ        

କବି ଟି ପ୍ରଫୁଲ୍ଲିତ

ରଚନା କରୁଛି କବିତା         

ପ୍ରଭୁ ଭକ୍ତିସଙ୍ଗୀତ !!


ପ୍ରକୃତି ସୌନ୍ଦର୍ଯ୍ୟ ରଚନା       

କରୁଛି କବିବର 

ଦିବ୍ୟ ଚକ୍ଷୁ ତାର ଦେଖୁଛି     

ଦୃଶ୍ୟଯେ ନିରନ୍ତର !!


ପ୍ରଭୁଙ୍କ ମହିମା ଅପାର      

ବ୍ରହ୍ମାଣ୍ଡର ଠାକୁର 

ଗତିମାନ ଟି କାଳଚକ୍ର    

ନିର୍ଦ୍ଦେଶନେ ତାଙ୍କର !!


ଋତୁ ଗ୍ରୀଷ୍ମ ବର୍ଷା ଶରତ    

ପ୍ରଭୁଙ୍କର ଭିଆଣ

ସୁଖଦୁଃଖକଷ୍ଟ ଦିଅନ୍ତି      

ଜୀବ ପ୍ରାଣୀଙ୍କୁ ଜାଣ !!



Rate this content
Log in

Similar oriya poem from Inspirational