STORYMIRROR

Jagannath Barik

Classics Children

4  

Jagannath Barik

Classics Children

ଶୀତ ପାଇଁ ଗୀତଟିଏ

ଶୀତ ପାଇଁ ଗୀତଟିଏ

1 min
514

ଶୀତ ପାଇଁ ଗୀତଟିଏ ଗାଇବା ମିତ 

ଶୀତ ସିନା କରୁଅଛି ଜଗତ ହିତ |


ଶୀତ ଦିନେ ଧାନ ଆଖୁ ହୁଏ ଅମଳ 

ଶୀତ ଯୋଗୁଁ ହସୁଥାଏ ରବି ଫସଲ |


ଶୀତ କାଳେ ଅନ୍ନପୂର୍ଣ୍ଣା ବିଜୟ ଧରା 

ଶୀତରେ ପ୍ରକୃତି ଆଣେ ରୂପ ପସରା |


ଶୀତରେ ଦକ୍ଷିଣାୟନ ଦେବ ତପନ 

ଶୀତରେ ଆତପ ତାପ କ୍ରମ ପତନ |


ଶୀତେ ସରସୀରେ ସରସୀଜ ବିଲୟ 

ଶୀତ ନିଦ୍ରା ଯାନ୍ତି ଭେକ ଉରଗ ଚୟ |


ଶୀତ କାଳ ଦିବା ହ୍ରାସ ରାତ୍ରି ବର୍ଦ୍ଧିତ 

ଶୀତରେ ଅନିଳ ଜଳ ହେଲେ ଲାଂଛିତ |


ଶୀତ ପାଇଁ ଅନଳ ଆତପେ ଆଦର 

ଶୀତ ବସ୍ତ୍ର ରେଜେଇ କମ୍ବଳ ଚାଦର |


ଶୀତ ଉତ୍ତରୁ ଆଣଇ ଥଣ୍ଡା ପବନ 

ଶୀତର ଲହରୀ ଖେଳେ ସାରା ଭୁବନ |


ଶୀତ ତାପେ ସନ୍ତାପିତ ଜୀବ ଜଗତ 

ଶୀତରେ ପାଦପେ ଥୁଣ୍ଟା ଝଡାଇ ପତ୍ର |


ଶୀତ ଦିନେ ଶସ୍ତା ପନିପରିବା ହାଟ 

ଶୀତେ ଚାଲେ ବିଭା ବ୍ରତ ଭୋଜି ନିରାଟ |


ଶୀତ ବୃଦ୍ଧ ବୃଦ୍ଧା ରୋଗୀ ପାଇଁ ପୀଡକ 

ଶୀତରେ ଅସ୍ତ୍ରୋପଚାର ଫଳ ଦାୟକ |


ଶୀତେ ଫୁଟେ ଗେଣ୍ଡୁ ମକଦଲ ଗୋଲାପ 

ଶୀତେ ଜିନିଆ ଡାଲିଆ ମଲ୍ଲୀ ଅମାପ |


ଶୀତ ପର୍ବ ମାଣବସା ଦାଣ୍ଡ ପହଁରା 

ଶୀତରେ ପୁଷ ପୁନେଇ ମକର ପରା |


ଶୀତରେ ଦାମ୍ପତ୍ୟ ପ୍ରେମ ଅତି ମଧୁର 

ଶୀତ ବିଯୋଗୀଙ୍କ ପାଇଁ ବଡ଼ ବିଧୁର |


ଶୀତେ ଧନୁ ମୁଆଁ ଶୀତ ଦିଏ ଛଡ଼ାଇ 

ଶୀତରେ ପ୍ରାତଃ ଭ୍ରମଣ ଦୁଃଖଦ ଭାଇ |


ଶୀତ କଷ୍ଟ ଦିଏ ସତ ସାଧଇ ହିତ 

ଶୀତ ତ ନଥିଲେ ପଡୁଥାନ୍ତା ଦୁର୍ଭିକ୍ଷ |


ଶୀତ ଅତି ହେଲେ ହୁଏ ତୁଷାରପାତ 

ଶୀତ ପ୍ରଧାନ ଦେଶକୁ ଆଣେ ବିତ୍ପାତ |


ଶୀତ ଆମ ଦେଶ ପାଇଁ ମଙ୍ଗଳପ୍ରଦ 

ଶୀତେ ପକ୍ଷୀ ଆଗମନ ମହା ଶୁଭଦ |


ଶୀତକୁ ନଡରି ମିତ କର ସ୍ୱାଗତ 

ଶୀତ କହେ କଷ୍ଟ କଲେ କୃଷ୍ଣ ପ୍ରାପତ |



Rate this content
Log in

Similar oriya poem from Classics