STORYMIRROR

sasmita tripathy

Abstract Tragedy Fantasy

4  

sasmita tripathy

Abstract Tragedy Fantasy

ଶୀତ ମିତ ଓ ଚା

ଶୀତ ମିତ ଓ ଚା

1 min
267


ତୁମେ ଗଲା ଦିନୁ କେତେ ଯେ ଗଲାଣି 

କାକରରେ ଭିଜା ଶୀତ

ତୁମ ହାତର ସେ ଅଦା ଚାହା ସ୍ୱାଦ 

ପାଇ ନାହିଁ କାହିଁ ମିତ ।


ମନ ଜାଣି ତୁମେ ଦେଉ ଥିଲ ସିନା 

କେତେ ପ୍ରକାରର ଚାହା

ତୁମେ ଗଲା ପରେ ଅଲୋଡ଼ା ଆଖୋଜା

କେହି କହନ୍ତିନି ଆହା।


କେବେ କ୍ଷୀର ପୁଣି କେବେ ନାଲି ଚା

ମସଲା ଚା ଯେ କେତେ

ମିଶି ପିଉଥିଲୁ ଗପ କରୁଥିଲୁ 

ଦୁହେଁ ଦୁହିଁଙ୍କର ସାଥେ ।


ଶୀତୁଆ ସକାଳ ସଞ୍ଜଟା ବି ଲାଗେ

ଥଣ୍ଡା ତୁମ ବିନା ସବୁ

ନୀରବ ନିସ୍ତବ୍ଧ ହୃଦୟରେ ମୋର

ତୁମେ କରିଅଛ କାବୁ ।


ଚାହା ସାଥେ ସ୍ମୃତି ହୁଏ ଉଜାଗର 

ତୁମ ସ୍ମୃତି ମୋର ସାହା

ନିଆଶୀ ମନଟା ଝୁରୁଛି ତୁମକୁ

ଦେଖୁଛି ତୁମର ରାହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract