ଶୀତ ମିତ ଓ ଚା
ଶୀତ ମିତ ଓ ଚା
ତୁମେ ଗଲା ଦିନୁ କେତେ ଯେ ଗଲାଣି
କାକରରେ ଭିଜା ଶୀତ
ତୁମ ହାତର ସେ ଅଦା ଚାହା ସ୍ୱାଦ
ପାଇ ନାହିଁ କାହିଁ ମିତ ।
ମନ ଜାଣି ତୁମେ ଦେଉ ଥିଲ ସିନା
କେତେ ପ୍ରକାରର ଚାହା
ତୁମେ ଗଲା ପରେ ଅଲୋଡ଼ା ଆଖୋଜା
କେହି କହନ୍ତିନି ଆହା।
କେବେ କ୍ଷୀର ପୁଣି କେବେ ନାଲି ଚା
ମସଲା ଚା ଯେ କେତେ
ମିଶି ପିଉଥିଲୁ ଗପ କରୁଥିଲୁ
ଦୁହେଁ ଦୁହିଁଙ୍କର ସାଥେ ।
ଶୀତୁଆ ସକାଳ ସଞ୍ଜଟା ବି ଲାଗେ
ଥଣ୍ଡା ତୁମ ବିନା ସବୁ
ନୀରବ ନିସ୍ତବ୍ଧ ହୃଦୟରେ ମୋର
ତୁମେ କରିଅଛ କାବୁ ।
ଚାହା ସାଥେ ସ୍ମୃତି ହୁଏ ଉଜାଗର
ତୁମ ସ୍ମୃତି ମୋର ସାହା
ନିଆଶୀ ମନଟା ଝୁରୁଛି ତୁମକୁ
ଦେଖୁଛି ତୁମର ରାହା ।