ଶୀତ କାଳୀନ ଦୃଶ୍ୟ
ଶୀତ କାଳୀନ ଦୃଶ୍ୟ
ବର୍ଷକେ ଥରେ ଶୀତ ଆସିଛି
ମେଦିନି ଆଜି ସୁନ୍ଦର ଦିଶୁଛି
କି ସୁନ୍ଦର ଦିଶେ ଶ୍ୟାମଳ କାନନ
କି ଶୋଭା ପାଏ ତରୁ ସାଥେ ତୃଣ
ଭଳିକି ଭଳି ଫୁଲ ମହକି ଯାଉଛି
ଫୁଲ ଉପରେ ପ୍ରଜାପତି ଉଡି ବୁଲୁଛି
ମନ୍ଦିରରେ ଦିଅଁ ଙ୍କ ଘୋଡ ଲାଗି ବେଶ ହୋଇଛି
ସେ ବେଶ ଦେଖି ନେତ୍ର ଧନ୍ୟ ହୋଇଛି
ଶୀତୁଆ ସକାଳେ ପ୍ରାତଃ ଭ୍ରମଣ ସ୍ଵାସ୍ଥ୍ୟକୁ ହିତ ହୋଇଛି
ସକାଳ ସୂରୁଜ କିରଣ ଭାରି ମଜା ଲାଗୁଛି
ସଂଜ ହେଲେ ଧୁନି ଜାଳି ମଣିଷ ନିଆଁ ପାଖେ ବସୁଛି
ଶୀତ ବସ୍ତ୍ର ପରିଧାନ କରି ଶୀତରୁ ସେ ରକ୍ଷା ପାଉଛି
କେତେ ପର୍ବ ପର୍ବାଣି ଖୁସି ଜୀବନେ ଭରୁଛି
ଘରେ ଘରେ ପିଠା ପଣାର ମହକ ବାସି ଯାଉଛି
କୋମଳ ଘାସେ ଶିଶିର ବିନ୍ଦୁ ଶୋଭା ପାଉଅଛି
କୁହୁଡି ଭରା ଶୀତୁଆ ସକାଳ ଦେହେ ଶିହରଣ ଭରୁଛି
ଶୀତ ରାତି ମନେ ଅଳସ ଭରି ଦେଉଛି
ରେଜେଇ ତ
ଳେ ଶୋଇବାକୁ ମଣିଷ ନିତି ଖୋଜୁଛି
ଶୀତ ଦିନେ ବନ ବିହାର କରିବାକୁ ଇଚ୍ଛା ହେଉଛି
ପ୍ରକୃତି କୋଳରେ ରହି ମଣିଷ ନିଜକୁ ହଜାଇ ଦେଉଛି
ଗରମ ଖାଦ୍ୟ ପାଟି କୁ ସୁଆଦ ଲାଗୁଛି
ସଞ୍ଜ ନଇଁ ଗଲେ ଚା ଆଉ କଫି ର ଆସର ଜମୁଛି
ବିଦେଶ ରୁ ପକ୍ଷୀ ଚିଲିକାକୁ ଉଡି ଆସିଛି
ପକ୍ଷୀ ବିହାର ଚିଲିକାରେ ଭାରି ଭିଡ଼ ଜମୁଛି
କୋଇଲିର କୁହୁ କୁହୁ ସ୍ୱର ମନ ମୋହି ନେଉଛି
ପକ୍ଷୀଙ୍କ ରୂପ ଦେଖି ଭାବୁକ ଭାବନାରେ ହଜି ଯାଉଛି
ମଙ୍ଗଳ ଧ୍ଵନି ଗ୍ରାମେ ଗ୍ରାମେ ଶୁଭି ଯାଉଛି
ଝିଅ ପୁଅଙ୍କ ବିବାହ ଉତ୍ସବେ ଶଙ୍ଖ ହୁଳହୁଳୀ ପଡୁଛି
ଜେଜେ ମା ପାଖେ ନାତି ଗପ ନୀତି ଶୁଣୁଛି
ଶୀତୁଆ ସକାଳେ ପନି ପରିବା ଭାରି ମିଳୁଛି
ପୋଖରୀ ନଦୀର ଶୀତଳ ଜଳ ଦେହକୁ ଥଣ୍ଡା ଲାଗୁଛି
କବିଟିଏ ବସି ଶୀତର ଦୃଶ୍ୟକୁ ଲେଖନୀରେ ଲେଖି ଦେଉଛି
ବୁଗୁଡ଼ା, ଗଞ୍ଜାମ