STORYMIRROR

Narendra Prasad Behera

Abstract

2  

Narendra Prasad Behera

Abstract

ଶୀତ ବସ୍ତ୍ର କିଣି ଦିଅ

ଶୀତ ବସ୍ତ୍ର କିଣି ଦିଅ

1 min
279

  ଡାକିଡାକି ଆଜି  ଥକି ମୁଁ ଗଲିଣି

     କଳାକାହ୍ନୁ ନୀଳମଣି

କେଉଁ ଦିନ ପ୍ରଭୁ  ଡାକ ତୁ ଶୁଣିବ

    ପ୍ରବଳ ଶୀତ ହେଲାଣି

କଳାକାହ୍ନୁ


ନାହିଁ ଧନରତ୍ନ  ଅଟେ ଦୀନହୀନ  

     କିଣିନି ଶୀତ ବସନ

ସାରା ଦେହ ମୋର ଶୀତରେ ଥରୁଛି

     କେମିତି କାଟିବି ଦିନ


ତୁହି ପରା ସେହି  ଜଗତ ଠାକୁର

    ଦେଉଥାଉ ମନ ଜାଣି

ଅବହେଳା ମୋତେ  କରୁଛ କାହିଁକି

    ପାରୁନି ଜାକେଟ କିଣି

 କଳାକାହ୍ନୁ


 ବସିଅଛୁ ତୁହି  ସମୁଦ୍ର କୂଳରେ

   ସଙ୍ଗରେ ଧରି ଭଉଣୀ

ମୁଁ ଏଠି ବସିକି  ଭଙ୍ଗା କୁଡିଆରେ

    ଶୀତରେ କମ୍ପୁଛି ପୁଣି

କଳାକାହ୍ନୁ


 ଗଢିଅଛୁ ତୁ ତ  ଏ ବିଶ୍ବଵ୍ରହ୍ମାଣ୍ଡ

    ସଭିଏ ତମର ପ୍ରାଣୀ

ନମାଗିଲେ କିଛି  ଦେଉଥାଉ ପୁଣି

    ମନକଥା ଜାଣି ଜାଣି

କଳାକାହ୍ନୁ


ଗମ୍ଭୀରା ଭିତରେ  ଆରାମେ ବସିଛୁ

   ଦାମିକା ବସନ କିଣି

ମୁଁ ଏଠି ମରୁଛି   ଶୀତରେ ଥରିକି

 (ମୋତେ)ଶୀତବସ୍ତ୍ର ଦିଅ କିଣି

କଳାକାହ୍ନୁ


ତୁ କିଆଁ ଜାଣିବୁ ପତିତର ଦୁଃଖ

    ବସି ବଜାଉ ଖଞ୍ଜଣି

ସୁଖ ଆନନ୍ଦରେ  ନିଜେ ତୁ ବସିଛୁ

  ମୋତେ ତୁ ଭୁଲିଗଲୁଣି

କଳାକାହ୍ନୁ


କାହିଁକି ବୋଲିଵି  ଜଗତ ଠାକୁର

   ପଥର ତୁ ତ ହେଲୁଣି

ମୁରୁକି ହସୁଛୁ  ଦେଉଳ ଭିତରେ

  (ମୁଁ) ଶୀତରେ ଥରି ମଲିଣି

ଏସମୟେ ମୋତେ କାହିଁ ଦେଉ କଷ୍ଟ

   ବୟସ ମୋର ହେଲାଣି 

କହେ ହାତଯୋଡି ଆହେ ନୀଳମଣି

   ଯିବାକୁ ବେଳ ହେଲାଣି

କଳାକାହ୍ନୁ

   ପ୍ରବଳ ଶୀତ ହେ

କଳାକାହ୍ନୁ ନୀଳ

  ଡାକିଡାକି ପ୍ରଭୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract