Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Tragedy

4  

Aparti Charan Sethi

Tragedy

ଶୀତ ଆସେ ନ‌ଇଁ ନ‌ଇଁ ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ

1 min
365



ଶୀତ ଆସେ ନ‌ଇଁ ନ‌ଇଁ ଲୋ

  ଶୀତ ଆସେ ନ‌ଇଁ ନ‌ଇଁ,

ମୁଣ୍ଡରେ ଓଢଣୀ ହାତେ ସୁନାଚୂଡି

   ମଥାରେ ସିନ୍ଦୂର ନାଇ ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


ନବବଧୂ ସାଜି ଶୀତ ଆସୁ ଅଛି 

  ଅଧା ଲାଜକୁଳୀ ହୋଇ,

ପ୍ରୀତିବୋଳା ଓଠେ ଅଧା ହସ ଫୁଟେ

   ଦେହ ମନ ଶିହରାଇ,

ପୁଣି ବାମ ପାଦ ଟେକିଛି ଥୋଇବ

   ଏରୁଣ୍ଡି ବନ୍ଧରେ ସେହି ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


ହେମନ୍ତର ହାତ ଧରି ଆସେ ଶୀତ

   କୂଳ ଭୂଆଷୂଣୀ ହୋଇ,

ଶିଶିରର ରୂପା ପାଉଁଜୀ ତା'ପାଦେ

   ରୁଣୁଝୁଣୁ ଶୁଭୁଥାଇ,

ସବୁଜ ବେଢାଣ ଦେହେ ଆଭରଣ

    ଖାଣ୍ଟି ଗାଉଁଲିଟି ସେହି ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


 ସଙ୍ଗରେ ଆଣିଛି ପ୍ରେମ ଉପହାର

    ବାନ୍ଧି ପିନ୍ଧା ପଣତରେ,

ରେଜେଇ କମଳ ଉଉଲ ଚାଦର

    ଶୀତବସ୍ତ୍ର ଉପଚାରେ

ସେଦିନର ହେଁସ ମଶିଣା କତରା

    ତାକୁ ପୁଣି ଭୁଲି ଯାଇ ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


ଫୁଲେଇ ନାଗରୀ ଦେହେ ହାତମାରି

    ପାହାନ୍ତାରୁ ଡାକିଦିଏ,

ତା'କୋମଳ ସ୍ପର୍ଶେ ଶୀତୁଆ ଲହଡି

   ଦେହ ସାରା ଖେଳିଯାଏ

ସ‌ଅଳ ରାତିଟା ବିଳମ୍ଵେ ପାଉଛି

   ଦିବସ ଛୋଟ ଲାଗ‌ଇ ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


କାର୍ତ୍ତିକେ ପଞ୍ଚକ ବଡ଼ ଓଷା ବ୍ରତ

   ଶୀତ ସଙ୍ଗେ ଆସିଲ‌ଇଁ,

ପୁଣି ଓଡ଼ିଆଣୀ ସାଜି ସାଧବାଣୀ 

   ବୋଇତ ଦେବ ଭସାଇ,

ପବିତ୍ର ସଂସ୍କୃତି ବଞ୍ଚିରହିଥିବ

  ପୁଣି ଯୁଗଯୁଗ ପାଇଁ ଲୋ,

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


ଶୀତ ଆଗମନେ କୋହଲା ପବନ

   ଗାଲେ ଚୂମା ଦେଇଯାଏ,

ଧାନର କ୍ଷେତରୁ ଅଧା ଧାନ କେଣ୍ଡା

   ସଳଖି ଆମକୁ ଚାହେଁ।

ଗହିରୀ ବିଲର ନ‌ଈ ପାଣି ମୁହେଁ

   ମାଛର ଖଟି ବସଇ ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


ବିଲରେ କଙ୍କଡା ଧାନମୂଳ ଖୋଜେ

   ବଗ ମୀନ ଖୋଜୁଅଛି,

ଦିଇ ତିନି ଘଡି ରାତି ନ ହେଉଣୁ

   ବୁଲୁଆ ଡାକ ଶୁଭୁଛି।,

ଆଗକୁ ବଢିବ ଶୀତର ପ୍ରକୋପ

    ଭାବିଲେଣି ଅଜା ଆଈ ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


ନୂଆବୋହୂ ସାଜି ଆସିଲାଣି ଶୀତ

    ଲକ୍ଷ୍ମୀ ଘରେ ପଶିଲାଣି,

ସିନିହ ଶରଧା ଫେଣ୍ଟାଫେଣ୍ଟି ବାସ

    ସବୁଠିଁ ଖେଳିଗଲାଣି,

କାର୍ତ୍ତିକ ପଛରେ ମଗୁଶୁର‌ ଆସେ

  ‌ ମୋକାନେ ଧୀରେ କହ‌ଇ ଲୋ

ଶୀତ ଆସେ ନ‌ଇଁ ନ‌ଇଁ ଲୋ ।


Rate this content
Log in

Similar oriya poem from Tragedy