STORYMIRROR

Lata Behera

Abstract

4  

Lata Behera

Abstract

*ଶୀର୍ଷକ:-*🌹 *ବୁଝେଇବା ଠାରୁ ବୁଝିବା ଭଲ*🌹*********

*ଶୀର୍ଷକ:-*🌹 *ବୁଝେଇବା ଠାରୁ ବୁଝିବା ଭଲ*🌹*********

1 min
6


ବୁଝେଇବା ଠାରୁ ବୁଝିବାଟା ଭଲ

ମହାନ ଗୁଣଟି ଇଏ

ମହାନ ବ୍ୟକ୍ତିତ୍ବ ପାଣ୍ଡିତ୍ଯ ମଣିଷ

ଏହାକୁ ଯେ ବୁଝି ଯାଏ ।


ଅତି ମୁର୍ଖଟିକୁ ବୁଝେଇ ହୁଏନା

ଅତି ପଣ୍ଡିତଟି ଯିଏ

ଜିରାରୁ ଶିରାକୁ ବାହାର କରିଣ

କଥା ସେ ବଢେଇ ଥାଏ ।


କଥାଟି ନ ବୁଝି କୁଅର୍ଥରେ ନେଇ

କଳିଟି ବଢାଏ ଯିଏ

ତାକୁ ନ ବୁଝେଇ ନିଜେ ବୁଝି ଯିବା

ଭଲ ଗୁଣ ଅଟେ ଇଏ ।


ଦୁଃଖ କରି ନିଜେ କଷ୍ଟ ପାଅ ନାହିଁ 

ନ ବୁଝୁଛି ଯଦି ଯିଏ

ନିଜେ ବୁଝି ଯାଅ ସବୁଠାରୁ ବଡ

ସମାଧାନ ରାସ୍ତା ଇଏ ।


ପ୍ରତି ଜୀବନରେ ଏମିତିକା ସ୍ଥିତି

କେତେ ନିତି ଆସି ଥାଏ

ସମ୍ପର୍କଟି ଯଦି ରଖିବାକୁ ହୁଏ

ନିଜେ ସହି ବୁଝି ଯାଏ ।


ଅନ୍ୟକୁ ନ କହି ନିଜର ମନକୁ

ବୁଝେଇଣ ଦିଏ ଯିଏ

ସବୁ ଦୋଷ ନିଜ ଉପରକୁ ନେଇ

ହସିବାକୁ ପଡି ଥାଏ ।


ବୁଝେଇକି କିଛି ଲାଭ ହୁଏ ନାହିଁ 

ଅବୁଝାଟି ଥାଏ ଯିଏ

ସେ ପରିସ୍ଥିତିରେ ନିଜେ ବୁଝି ଯିବା

ସବୁଠାରୁ ଭଲ ଥାଏ ।


ନିଜେ ବୁଝିଗଲେ କଥାଟି କେବେବି

ଆଗକୁ ନା ବଢି ଥାଏ

ଅତୁଟ ରହଇ ସେଇତ ସମ୍ପର୍କ 

ନା ଫାଟ ସୃଷ୍ଟି ହୁଏ ।


ବୁଝେଇବା ଠାରୁ ବଝିବାଟା ଭଲ

ମହତ୍ତ୍ୱଟି ବୁଝେ ଯିଏ

ଅନ୍ୟେ ନ ବୁଝେଇ ନିଜେ ବୁଝି ଯାଇ

ଶାନ୍ତି ଆଣି ଦିଏ ସିଏ ।


ତା ପରି ମହାନ୍ ବ୍ୟକ୍ତିତ୍ବ ପାଖରେ

ମୁଣ୍ଡ ଆପେ ନଇଁ ଯାଏ

ବୁଝିବା ମନଟି ଯା ପାଖରେ

ଦୁନିଆରେ ବଡ ସିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract