STORYMIRROR

Lata Behera

Abstract

4  

Lata Behera

Abstract

*ଶୀର୍ଷକ:-*❤ *ବିଜ୍ଞାନର କରାମତି*❤******************

*ଶୀର୍ଷକ:-*❤ *ବିଜ୍ଞାନର କରାମତି*❤******************

1 min
11


ଏଇ ବିଶ୍ବ ଆଜି ଦେଖି ତ ସାରିଛି

    ବିଜ୍ଞାନର କରାମତି 

ଜଳରେ ବୁଡୁଛି ଆକାଶେ ଉଡୁଛି

   ସ୍ଥଳରେ କରୁଛି ଗତି ।


ଚନ୍ଦ୍ରଯାନେ ଯାଇ ଜହ୍ନ ରାଇଜରେ

   ଆଙ୍କି ଦେଲା ତାର ସ୍ମୃତି 

ଦକ୍ଷିଣ ପୃଷ୍ଠରେ ଲେଖି ଦେଲା ନାଆଁ 

   ସିଏ ତ ଅଲିଭା ଜ୍ୟୋତି ।


ଛୁକ୍ ଛୁକ୍ ରେଳଗାଡି ଚାଲୁଅଛି

   ଜଳୁଛି ବିଜୁଳିବତୀ

ଦୂରଦର୍ଶନ, ମୋବାଇଲ୍, ରେଡିଓ

   ମନୋରଞ୍ଜନ ସେ ଅତି ।


ପରମାଣୁ ବୋମା, ଗୋଳା ବାରୁଦ ବି

    ତିଆରି କରୁଛି ନିତି

କେତେ କ୍ଷେପଣାସ୍ତ୍ର କରୁଛି ନିର୍ମିତ 

    ସବୁ ବିଜ୍ଞାନର ସ୍ଥିତି ।


ଖାଇବା ପିଇବା ଲଗାପିନ୍ଧା ଯେତେ

   ଶାମୁକା ଦେହରେ ମୋତି

କୃତ୍ରିମ ବରଷା, ଅଗ୍ନି ଅସ୍ତ୍ର ସାଥେ

   କରିଛି କେତେ ଉତ୍ପତ୍ତି ।


ଘରେ ବସି ଦେଶ ବିଦେଶ ଖବର

   ଜାଣୁଛି ବିଶ୍ବର ଗତି 

ଇଣ୍ଟରନେଟ ମାଧ୍ୟମରେ ଦେଶ ଆଜି

   କରିଅଛି ଅଗ୍ରଗତି ।


ପ୍ରତି ଘରେ ଘରେ ପଙ୍ଖା ଘୁରୁଅଛି

   ସିନେମା ଦେଖୁଛି ନିତି

ବିଜ୍ଞାନର ଯୋଗୁଁ ଜୀବନ ଶୈଳୀରେ

   ଘଟିଛି ବହେ ଉନ୍ନତି ।


କମ୍ପ୍ୟୁଟର ଯୁଗ କହିଲେ ଅତ୍ଯୁକ୍ତି 

   ହେବନି ଏଇ ଧରିତ୍ରୀ 

ପିଲା ଜନ୍ମଠାରୁ ବାର୍ଦ୍ଧକ୍ୟ ପର୍ଯ୍ଯନ୍ତ 

   ବିତୁଥିବା ଯେତେ ରାତି ।


ସବୁ ସମୟରେ ପ୍ରତି ମୁହୂର୍ତ୍ତରେ 

    ବିଜ୍ଞାନର ଅଗ୍ରଗତି

ଦମକଳ ଅଗ୍ନି ନିର୍ବାପକ ଯନ୍ତ୍ର 

  ସବୁ ତାର କରାମତି ।


ଅମ୍ଳଜାନ କେତେ ଯୋଗାଇ ଦେଉଛି

   ରୋଗୀ କହେ ଅନୁଭୂତି 

ବିଜ୍ଞାନ ବଳରେ ମରଣ ମୁହଁରୁ

   ଆଜି ସେ ଯାଉଛି ବର୍ତ୍ତି ।


ଗୀତ ନୃତ୍ୟ ବାଦ୍ୟ ଯନ୍ତ୍ର ବି ନିର୍ମିତ 

   ମନେ ଭରେ ସିଏ ପ୍ରୀତି

ବୀର ଯବାନଙ୍କ ବନ୍ଧୁକେ ସୁରକ୍ଷା 

   ମନେ ଟିକେ ନାହିଁ ଭିତି ।


ଜନ୍ମଠାରୁ ପୁଣି ପାଉଁଶ ପର୍ଯ୍ୟନ୍ତ 

   ବିଜ୍ଞାନର କରାମତି 

ସବୁରି କ୍ଷେତ୍ରରେ ତାର ଅବଦାନ 

   ରହିଛି ଅନେକ ସ୍ମୃତି ।


ବିଜ୍ଞାନ ବଳରେ ଏଇତ ମାନବ

   ବିଶ୍ବକୁ ଯାଇଛି ଜିତି

ଆଙ୍କିଛି ଅନେକ ସ୍ମୁତି ଅନୁଭୂତି 

   ଅଭୁଲା ତା କରାମତି ।



Rate this content
Log in

Similar oriya poem from Abstract