Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଶୀର୍ଷକ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ

ଶୀର୍ଷକ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ

1 min
319



ଶ୍ରୀଯୁକ୍ତ ଅଜିତ କୁମାର ରାଉତ 

ଜାଗ୍ରତ ହୁଅ ବିଚ୍ଛିନ୍ନ ଓଡ଼ିଆ

ଅଟେ ସିଂହଭୂମି ଆମ ବଢ଼ିଆ

ତ୍ୟାଗକରି ବନ୍ଧୁ ଅଛ ନିଶ୍ଚିନ୍ତେ

ନାହିଁ ଟି ନଜର ଆମ ନିମନ୍ତେ     

କରି ଅଛ ଦୂର 

ଧ୍ୟାନକିଛି ନହିଁ ଭାଇ ଉତ୍କଳର !!


ଓଡ଼ିଆ ଶିକ୍ଷକ ତିନିହେ ହଜାର 

ଦିଅନ୍ତି ଶିକ୍ଷା ସେ ମାତୃଭାଷାର 

ଦୁଇ ବର୍ଷ ହେଲା ଟଙ୍କା ପାଇନି

ଉତ୍କଳ ସରକାର ତା ଜାଣେନି 

କଷ୍ଟେ ରହିଛନ୍ତି 

ତଥାପି ଶିକ୍ଷା ଦେଉ ଅଛନ୍ତି !!


ପରିବାର ସେ କିପରି ପାଳନ୍ତି

ଚିନ୍ତା କରିବାର କେହି ନାହାନ୍ତି

ଜଗାଙ୍କ ଭୂମିର ଦୁର୍ଦ୍ଦଶା ଦେଖ

ବିଚ୍ଛିନ୍ନ ଭୂମିର ସ୍ଥିତି ନିରେଖ 

ମାତୃଭାଷା ଶୁନ୍ୟ

ଓଡ଼ିଆ ଜନ ପାଏ ଅପମାନ !!


ବର୍ଣ୍ଣବୋଧ ମିଳୁ ମାତୃଭାଷାର

ସାହିତ୍ୟ ଟି ମିଳୁ ସବୁ ବର୍ଗର

ଗୁହାରି ଏତିକି ଓଡ଼ିଶା ରାଜ୍ୟେ

ମିଳୁହେ ଶିକ୍ଷା ଝାଡ଼ଖଣ୍ଡ ରାଜ୍ୟେ

ଅଛନ୍ତି କିପରି

ଧ୍ୟାନ ଏବେହେ ପଡୁ ଆମରି !!


ଦେଶ ଶିକ୍ଷା ମନ୍ତ୍ରୀ ଉତ୍କଳ ଭାଷୀ

ବିଚ୍ଛିନ୍ନା ଭୂମି କୁ ଜାଣନ୍ତି ବେଶୀ

ନଜର ନ ପଡେ ତାଙ୍କ କାହିଁ କି

କିମ୍ପା ମାତୃଭାଷା ଏଠି ନାହିଁ କି?

ବିଚ୍ଛିନ୍ନାଞ୍ଚଳରେ

ଧ୍ୟାନ ପଡୁହେ ଅମୃତ କାଳରେ !!


ବହି ମୁଦ୍ରଣ ହେଉ ଝାଡ଼ଖଣ୍ଡେ

ଶିକ୍ଷକ ବ୍ୟବସ୍ଥା କର ଭୂଖଣ୍ଡେ

ପଢ଼ନ୍ତୁ ଓଡ଼ିଆ ଏଠିର ଜନ

କରୁ ମାତୃଭାଷା ଏଠି ଗୁଞ୍ଜନ

ଶିକ୍ଷା ଅଧିକାର

ନୂଆ ଶିକ୍ଷା ନୀତି ରାଷ୍ଟ୍ରେ ଏଥର !!


ଶୁଭେ ନାହିଁ କି କ୍ରନ୍ଦନର ରାବ୍ 

ମାତୃଭାଷା ଶିକ୍ଷା କେତେ ଅଭାବ

ଆନ୍ଦୋଳନ ଟି ପାଇଁ ଭାଷା ଶିକ୍ଷା 

ହୁଏ ଓଡ଼ିଆଙ୍କ କିମ୍ପା ପରୀକ୍ଷା?

ସଂସ୍କୃତି ସଂସ୍କାର

ସମାନ ଏଠି ଏକ ପ୍ରକାରର !!



Rate this content
Log in

Similar oriya poem from Abstract