ସହୀଦ୍ ଭଗତ
ସହୀଦ୍ ଭଗତ
ଉଣେଇଶ ଶହ ସାତ ସେପ୍ଟେମ୍ବର
ଅଠେଇଶ ତାରିଖରେ ,
ପଞ୍ଜାବ ପ୍ରଦେଶେ ଜନ୍ମିଲେ ଭଗତ
ଏକ ଶିଖ୍ ପରିବାରେ ।
ମାତା ବିଦ୍ୟାବତୀ ପିତା କିଷନ ସିଂ
ତାଙ୍କ ପୁରା ପରିବାର ,
ଦେଶ ମାତୃକାର ସେବାରେ ଜୀବନ
ଉତ୍ସର୍ଗୀ ଥିଲେ ନିଜର ।
ଜନ୍ମରୁ ଭଗତ ଦେଶଭକ୍ତି ଗାଥା
ଶୁଣି ପିତା ମାତା ଠାରୁ ,
ନିଜକୁ ସେଥିରେ ନିୟୋଜିତ କଲେ
ଷୋଳ ବର୍ଷ ବୟସରୁ ।
ସାମ୍ବାଦିକ ଭାବେ ଅପାର ଦକ୍ଷତା
ଥିଲା ତାଙ୍କ ଏକ ଗୁଣ ,
ବିଭିନ୍ନ ଭାଷାର ପତ୍ର ପତ୍ରିକାରେ
ଦେଲେ ଉଚ୍ଚ ବାର୍ତ୍ତା ମାନ ।
ଜାଲିୱାନାବାଗ ହତ୍ୟାକାଣ୍ଡ ଦେଖି
ହୋଇଗଲେ ସ୍ତମ୍ଭିଭୂତ ,
ବୈପ୍ଳବିକ ଚିନ୍ତା ଅଧିକ ମାତ୍ରାରେ
ହେଲା ମନେ ଦୃଢିଭୂତ ।
ଭାରତ ବିରୋଧୀ ବିଲ୍ ପାସ୍ ବେଳେ
ବିଧାନ ସଭାରେ ବୋମା ,
ନିକ୍ଷେପି ଭଗତ ଧରା ପଡିଗଲେ
ମିଳିଲାନି ସେଥେ କ୍ଷମା ।
ନିଷ୍ଠୁର ବେଭାର କୟେଦୀଙ୍କ ପ୍ରତି
ଦେଖି ହେଲେ ମ୍ରିୟମାଣ ,
ଗୋରା ପୋଲିସଙ୍କୁ ଆଣିଲେ ବାଟକୁ
ଆପଣାଇ ଅନଶନ ।
ଉଣେଇଶ ଶହ ଏକତିରିଶର
ତାରିଖ ମାର୍ଚ୍ଚ ତେଇଶି ,
ରାଜଗୁରୁ ସୁଖଦେବ ଓ ଭଗତ
ହସି ବରିନେଲେ ଫାଶୀ ।
ପବିତ୍ର ଆତ୍ମାକୁ ସମ୍ମାନ ଜଣାଇ
ସହୀଦ ଦିବସ ଭାବେ ,
ପାଳନ କରୁଛୁ ସେହି ଦିବସକୁ
ଭାରତବାସୀ ସଗର୍ବେ ।
