Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Action Classics Inspirational

4.8  

DR PRASANTA KUMAR BISWAL

Action Classics Inspirational

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ

1 min
194


ସହିଦ ଦିବସ ପାଳୁଛି ଏ ଦେଶ

 କେତେ ଉଲ୍ଲସିତ ହୋଇ,

ଦେଶପାଇଁ ତୁମେ ଜୀବନକୁ ଦେଲ

କଷଣ ଯାତନା ସହି।

ସତ୍ୟ ଅହିଂସା ଆୟୂଧ ତୁମରି

 ଜାଣିଲେ ଜଗତ ସାରା,

କି ଯାଦୁଥିଲା ସେ ଆୟୂଧେ ତୁମର

ହଟିଲେ ଇଂରେଜ ପରା ।  

ଶ୍ରେଣୀ ହୀନ ସମାଜ ସ୍ବପ୍ନ ତୁମର

ଜାତିବର୍ଣ୍ଣ ନାଶ କରି

ଶିକ୍ଷାରୁ ବଞ୍ଚିତ ହେବେ ନାହିଁ କେହି 

ଅଧିକାର ଏ ସବୁରି।

ସବୁ ସୁଖର ଯେ ମନ୍ତ୍ର ଦେଲ ତୁମେ

ଭାଷଣେ ପଟୁତା ବଢେ,

ସ୍ବାର୍ଥର ଆବେଶେ ଭ୍ରଷ୍ଠାଚାର ବଶେ

ସଂଗୁପ୍ତେ ମଥାକୁ ଚଢେ।  

କର୍ମ ବଚନର ସାମ୍ୟତା ନଥାଏ

ସମାଜ ମହାତ୍ମା କହେ,

ଅଜ୍ଞାନ ମଣିଷ ନ ବୁଝି ପାରଇ

ଶରଣେ କଷଣ ପାଏ।

ଅଭାବ ଭୋକର ପଣତ କାନି ରେ

ଲୁହର ଠିକଣା ଲେଖା

ଗଣତନ୍ତ୍ରର ଗଣିକାଳୟ ରେ

ଦଳବଦଳର ଭାଷା

କୋଉଠି ହଜିଛି ଗଣତନ୍ତ୍ରଟା

ଭୋକ ର ସଂଗୀତ ଗାଇ

ତତଲା ଲୁହର ସହରରେ ଏଠି

ଆୟୁଷ ମାରୁଛି ହାଇ।

ତୁମର ଦର୍ଶନ କବର ଦେଇଛି 

ତୁମରି ସନ୍ତାନ ଆଜି

ଭୌତିକସୁଖରେ ମାତାଲ ସକଳେ

ସଂସାର ଯାଇଛି ହଜି ।

ଗାନ୍ଧୀଙ୍କ ଦର୍ଶନ କର୍ମରେ ବର୍ଣ୍ଣନ

ମଣିଷ କଲେ ପାଳନ

ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହୋଇବ ଅର୍ପଣ

ସଫଳ ହେବ ଜୀବନ।



Rate this content
Log in

Similar oriya poem from Action