STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ସହିଦ ଦିବସ

ସହିଦ ଦିବସ

1 min
137


ସହିଦ ମାନଙ୍କୁ କୋଟି ପ୍ରଣାମ

ତୁମରି ଦେଶ ଭକ୍ତି କୁ କରେ ସଲାମ

ହେ ବୀର ଦେଶ ଭକ୍ତ ଦେଶ ପାଇଁ ଲଢ଼ିଥିଲ

ନିଜ ମାତୃଭୁମି ପାଇଁ ସ୍ଵର୍ବସ୍ଵ ଦେଇ

ସହିଦ ହୋଇ ରହିଲ

ଦେଶ ପାଇଁ କାନ୍ଦୁଥିଲା ତୁମରି ଅନ୍ତର

ଦେଶ ସେବା କରିବା ଲକ୍ଷ୍ୟ ଥିଲା ତୁମର

ତୁମେ ତୁମ ରକ୍ତ ଦେଇ ଏ ମାଟି କୁ ଭିଜାଇ ଦେଲ

ତୁମରି ଅମର ଗାଥା କୁ ସ୍ଵର୍ଣ୍ଣିମ

ଅକ୍ଷରେ ଲେଖିଦେଲ

ତୁମରି ବୀରତ୍ଵ କୁ ଏ ମାଟି ଝୁରି ହେଉ ଅଛି

ତୁମରି ବଳିଦାନ ପାଇଁ ଏ ଦେଶ ସ୍ଵାଧିନ ହୋଇଛି

ଦେଶ ପାଇଁ ତୁମେ ଘର ସଂସାର ଭୁଲି ଆସିଅଛ

ଦେଶ ପାଇଁ ତୁମେ ଜାଗ୍ରତ ପ୍ରହରୀ ହୋଇ ସଦା ରହିଅଛ

ତୁମରି ପାଇଁ ଦେଶ ବାସି ଶାନ୍ତି ରେ ରହିଲେ

ତୁମରି ତ୍ୟାଗ ନିଷ୍ଠା କୁ ସର୍ବଦା ମନେ 

ରଖିଲେ

ଶତ୍ରୁ ଠାରୁ ତୁମେ ଆମକୁ ରକ୍ଷା କରିଅଛ

ନିଜ ଦେଶ ପାଇଁ ପ୍ରାଣ ବଳି ଦେଇ ତୁମେ ସହିଦ ହୋଇଛ

ତୁମରି ଅମର ଆତ୍ମା ମୁକ୍ତି ପଥକୁ ଯାତ୍ରା କରିବ

ଯୁଗ ଯୁଗ ପାଇଁ ସହିଦ ହୋଇ ତୁମେ ପୂଜା ପାଉଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics