ସହିବାକୁ ହେବ
ସହିବାକୁ ହେବ
ଛାତିରେ
ଦରଦୀ କୋହ ସବୁ
ହୃଦୟକୁ କାଟି କାଟି ଖଣ୍ଡ ଖଣ୍ଡ କଲେ
କି
ମମତା ସବୁ
ଅଦିନେ ବଦଳି ଯାଇ
ବେଦରଦୀ ଘୃଣା ପାଲଟିଗଲେ
ନିଜ ଲୋକ
ସ୍ୱାର୍ଥ ପାଇଁ ସ୍ୱାର୍ଥ ପର ହୋଇ
ପରିଚୟ ମାଗିଲେ
ଅଧାବାଟେ ଛାଡ଼ିଦେଇ ବେସାହାରା କଲେ
ନିଜର ରକ୍ତ
ଧୋକା ଦେଇ ପର ପାଇଁ ପର ହେଲେ
ସପନ ସବୁ ଭାଙ୍ଗି ଚୁନା ହେଲେ
ଆଖିର ଆଶା ସବୁ ମଉଳି ଗଲେ
କି
ଅଦିନେ ବିପଦ ଚଡ଼କ ପଡ଼ିଲେ
ସବୁକିଛି ଥାଇ
ସବୁକିଛି ନ ଥିଲେ
ଵି
ସହିବାକୁ ହେବ
ଆଉ
ବଞ୍ଚିବାକୁ ଵି ହେବ
