STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସହିବାକୁ ହେବ

ସହିବାକୁ ହେବ

1 min
98

ଛାତିରେ

ଦରଦୀ କୋହ ସବୁ

ହୃଦୟକୁ କାଟି କାଟି ଖଣ୍ଡ ଖଣ୍ଡ କଲେ

କି

ମମତା ସବୁ

ଅଦିନେ ବଦଳି ଯାଇ

ବେଦରଦୀ ଘୃଣା ପାଲଟିଗଲେ

ନିଜ ଲୋକ

ସ୍ୱାର୍ଥ ପାଇଁ ସ୍ୱାର୍ଥ ପର ହୋଇ

ପରିଚୟ ମାଗିଲେ

ଅଧାବାଟେ ଛାଡ଼ିଦେଇ ବେସାହାରା କଲେ

ନିଜର ରକ୍ତ

ଧୋକା ଦେଇ ପର ପାଇଁ ପର ହେଲେ

ସପନ ସବୁ ଭାଙ୍ଗି ଚୁନା ହେଲେ

ଆଖିର ଆଶା ସବୁ ମଉଳି ଗଲେ

କି

ଅଦିନେ ବିପଦ ଚଡ଼କ ପଡ଼ିଲେ

ସବୁକିଛି ଥାଇ

ସବୁକିଛି ନ ଥିଲେ

ଵି

ସହିବାକୁ ହେବ

ଆଉ

ବଞ୍ଚିବାକୁ ଵି ହେବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract