STORYMIRROR

sasmita sahoo

Romance

3  

sasmita sahoo

Romance

ଶହେ ଜନମର ସାଥି ତୁ ମୋର

ଶହେ ଜନମର ସାଥି ତୁ ମୋର

1 min
609


ଭଲ ମୁଁ ପାଉଛି ଭଲ ପାଉଥିବି

ଥିବା ଯାଏଁ ପ୍ରାଣ ମୋର ,

ପ୍ରାଣ ଚାଲିଗଲେ ନେବି ମୁଁ ଜନମ

ତୋ ପାଇଁ ବାରମ୍ବାର ।।

କାହିଁକି ନା ....

ମୁଁ ଏକା ତୋର ଅତି ନିଜର,

ଶହେ ଜନମର ସାଥି ତୁ ମୋର ....।।

କଥା ମୁଁ ଦେଉଛି କଥା ଦେଉଥିବି

ସାଥେ ରହିଥିବି ତୋର ସଦା ,

ତୋ ପାଖରୁ ମୋତେ ଛଡେଇ ନେବେନି

ପାରିବେନି କରି କେହି ଅଲଗା ।।

କାହିଁକି ନା ...

ମୁଁ ଏକା ତୋର ଅତି ନିଜର ,

ଶହେ ଜନମର ସାଥି ତୁ ମୋର ....।।

ଜୀବନ ସାରା ମୁଁ ତୋ ସାଥେ ଚାଲିବି

ଫୁଟୁ ପଛେ ପାଦେ କଣ୍ଟା,

ତୋ ମୁହଁ ଚାହିଁ କଷ୍ଟ ଯିବି ସହି

ବର୍ଷ ମାସ ଦିନ ଘଣ୍ଟା ।।

କାହିଁକି ନା .....

ମୁଁ ଏକା ତୋର ଅତି ନିଜର ,

ଶହେ ଜନମର ସାଥି ତୁ ମୋର ....।।

ସାଜି ତୋର ବଧୂ ପୂଜା ମୁଁ କରିବି

ତୋ ଅଗଣାର ସତୀ ଚଉରା ,

ଦେଇ ପିଣ୍ଡେ ତୋର ପାଣି ଦେଉଥିବି

ହେବି ମୁଁ ଯେ ସାଥି ତୋ ସାହାରା ।।

କାହିଁକି ନା .....

ମୁଁ ଏକା ତୋର ଅତି ନିଜର ,

ଶହେ ଜନମର ସାଥି ତୁ ମୋର ....।।

ତୋତେ ଛାଡି ମୁହିଁ ବଞ୍ଚି ପାରିବିନି

କଥା ଦେଲି ମଥା ଛୁଇଁ ,

ତୁ ମୋର ସ୍ପନ୍ଦନ ତୁ ମୋର ଜୀବନ

ମୋ ଭିତରେ ଅଛୁ ରହି ।।

କାହିଁକି ନା .....

ମୁଁ ଏକା ତୋର ଅତି ନିଜର ,

ଶହେ ଜନମର ସାଥି ତୁ ମୋର ....।।.

ସସ୍ମିତା ସାହୁ ,ନାଶିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance