STORYMIRROR

Pranati Mahapatra

Inspirational Children

4  

Pranati Mahapatra

Inspirational Children

ଶେଷରଜ

ଶେଷରଜ

1 min
185


ଉତ୍କଳର ଶ୍ରେଷ୍ଠ ଗଣପର୍ବ ଜଣା

ଶୁଣା ପର୍ବ ଅଟେ ରଜ ,

ମେଘ ଓ ମାଟିର ଅପୂର୍ବ ପରଶେ

ଧରା ରୂପ ଯେ ସୌନ୍ଦର୍ଯ୍ୟ,

ଅପରୂପ ହୁଏ ତେଜ

ଫଳପ୍ରସୂ ଶକ୍ତି ଧରଣୀ ଧାରଣ

ତା ପାଇଁ କେତେ ସଜବାଜ।


ସଂକ୍ରାନ୍ତି ପରେ ଅନ୍ତିମ ଦିବସରେ

ଶୀତଳଷଷ୍ଠୀ ପାଳନ,

ଭୂମି ପୂଜା କରି କୃଷକ ବାପୁଡା କରେ ଯେ ଭୂମିଦହନ ,

ଅନ୍ତିମ ଦିବସେ ପୁଣ

ମାତା ବସୁନ୍ଧରା ପ୍ରାତଃକାଳେ ହୋଇ-

ଥାନ୍ତି ପରା ଶୁଦ୍ଧସ୍ନାନ।


କୁମାରୀ ମାନଙ୍କ ଆନନ୍ଦ ଉତ୍ସାହ

ପର୍ବ ଏହି ତିନି ଦିନ,

ମିଠା ପାନ ଖାଇ,ସଜବାଜ ହୋଇ

ଦୋଳିରେ ଦୋଳାୟମାନ,

ଅନ୍ତେ ପାଆନ୍ତି କଷଣ

ପୁଣି ଆସିବାକୁ ଅନୁରୋଧ କରି

କହନ୍ତି ପକାଇ ରାଣ।


ଦୋଳିଖେଳି ପାଦେ କଦଳୀ ପଟୁଆ

ଜୋତା ପିନ୍ଧି ଖୁସି ମନେ,

ମାତୃଜାତି ହସଖୁସିରେ ରହିଲେ

ଆନନ୍ଦେ ରହିବେ ଜନେ,

ବନ୍ଦନୀୟା ନାରୀ ଗଣେ

ଶେଷ ରଜଗୁଣ ପ୍ରଣତି ବଖାଣେ

ଦୋଷକ୍ଷମ ଗୁଣୀ ଜନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational