STORYMIRROR

Bijay Prusty

Abstract Fantasy

3  

Bijay Prusty

Abstract Fantasy

ଶେଷପର୍ବ

ଶେଷପର୍ବ

1 min
279


ସନ୍ଧ୍ୟା ନଇଁଲା ଜହ୍ନ ଉଇଁଲା

ତାରାଫୁଲ ସବୁ ବିଛେଇ ପଡିଲେ

ମଉଜେ ମଜ୍ଜିଲ ତୁମେ

ମୋ ଆଖିରେ ଖାଲି ଅନ୍ଧାର ଚହଟେ

ମୁଠାଏ ବି ଦାନା ପଡିନାହିଁ ପେଟେ

ଭୋକରେ ମୋ ଆଖି ଝୁମେ I

ତୁମଘରୁ ଶୁଭେ ଆନନ୍ଦର ରୋଳ

ମୋ ଆଖିରେ ଖାଲି ଲୁହର ସାଗର

ଦେଖି ମୁଁ ପାରେନି କିଛି

ଭୋକରେ ମୋପିଲେ ପାଣି ପେଟେ ପିଇ

ରାସ୍ତା କଡରେ ପଡିଛନ୍ତି ଶୋଇ

ଆଖି ବୁଜି ମିଛି ମିଛି I

ତୁମଘରେ ଚାଲେ ସୁରାର ଆସର

ନୀରୀଦେହେ ତୁମେ ଖେଳନିତି ଖେଳ

ମୋ ଦେହେ ରକତ ନାହିଁ

ଦିନସାରା ଖଟି ହରାଇଛି ବଳ

ସହି ପାରେନାହିଁ ପିଲାଙ୍କ ବିକଳ

ଭାବେ ବସିବସି ରାତିକିଆଁ ପାହୁନାହିଁ?

ତୁମ ଅନ୍ୟାୟର ପାପ ପୂଣ୍ୟର

ବିଚାର ହୋଇବ ଦିନେ

ତୁମ ସୁଖଦିନ ସରି ଆସିଲାଣି

ଭାବୁଛି ମୁଁ ମନେ ମନେ I

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract