STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ଶେଷୋକ୍ତି

ଶେଷୋକ୍ତି

1 min
153


ଦୟା ବହି ମୋତେ ବୁଝିବନି କେବେ ଭୁଲ୍

ଯେବେ ମୁଁ ଦୂରେଇ ଯାଉଛି କାହାଠାରୁ

ଲକ୍ଷ୍ୟ ବା ଅଲକ୍ଷ୍ୟରେ ସମୟର ସୁଅରେ

କରିବନି ମାନ ଅଭିମାନ ଅଭିଯୋଗ ତିଳେ

ଢାଳିବନି ମୋର ଲାଗି ବୃଥା ଅଶ୍ରୁ ଜଳ

ବାଢ଼ିବନି ମୋ ଲାଗି ପିଣ୍ଡ ତର୍ପଣ ତଣ୍ଡୁଳ!!


ମୁଁ ରହିଛି ରହିବି ସଦା ସବୁରି ହୃଦୟ କନ୍ଦରେ

ଏହି ଶେଷ ଉକ୍ତି ଶେଷ ସମ୍ଭାଷଣ ମୋହର

ରହିଛି ରହିବି ତୁମରି ସାଥିରେ ପ୍ରତିକ୍ଷଣ

ସ୍ମୃତିର ଆଇନାରେ ଉଜ୍ଜିବିତ ଚିରକାଳ ଚିରନ୍ତନ

ବାରେ ଡାକି ଦେଖ ହାତଠାରି କାହିଁ କେତେ ଦୂରୁ

ମୁହିଁ ଉଭା ହେବି ତବ ସମ୍ମୁଖେ ପାଉଁଶ ଗଦାରୁ!!


ମୋ ଶୂନ୍ଯ ହୃଦୟର ଦ୍ବାର ସଦାସର୍ବଦା ଉନ୍ମୁକ୍ତ

ଯିଏ ଯେବେ ପାର ତହିଁ ଥାପିପାର ଆପଣାର ପାଦ

ଯିବା ଆସିବା ତ ଅଲଂଘ୍ଯ ନିୟମ ଏଇ ସୃଷ୍ଟିର

ମାତ୍ର ବନ୍ଧନ - ସ୍ପନ୍ଦନ - ଜୀବନ ସବୁ ମୋର

ଅଳିକ କ୍ଷଣିକ ନିମିଷକ ମୋର ନଶ୍ବର ଶରୀର

ତୁମ ପାଶେ ବନ୍ଧା ହୃଦୟ ମୋର ଚିର ଅମର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract