STORYMIRROR

Satyabati Swain

Classics

3  

Satyabati Swain

Classics

ଶେଷ ଠିକଣା

ଶେଷ ଠିକଣା

1 min
241

ଶବ୍ଦ ମାନେ ଆଣ୍ଠେଇ ପଡ଼ନ୍ତି

କଲମ ପାରେନି ଉତ୍ତାରି

ଗୋଟେ ଜୀବନ ନିଅଁଣ୍ଟ ହୁଏ

ତାକୁ ବୁଝିବାରେ

ଚିତ୍ରକର ତୁଳୀ ଅଟକି ଯାଏ

ଇପ୍ସିତ ରୂପକୁ କାନଭାସରେ

ପାରେ ନାହିଁ ଆଙ୍କି।


ସେ ଅନୁଚାରିତ

ଅଗମ୍ୟ

ପୁଣି ଉଚ୍ଚାରିତ

ଓଁମ ଆଦ୍ୟ ଓଁକାର ଧ୍ଵନି

ଅଦୃଶ୍ୟ

ପୁଣି ଦୃଶ୍ୟର ଅନୁଭବ

ଅରୂପ ନିରାକାର

ପୁଣି

ସୌମ୍ୟ ଦର୍ଶନ।


ଟିକେ ଉପଲବ୍ଧି ସେ

ଗୋଟେ ବିଶ୍ୱାସ ଝରଣା

ଧାରେ ଆଶାର ଆଲୁଅ

ଆଞ୍ଜୁଳାଏ ପ୍ରଶାନ୍ତିର ରାହା

ମୁଠେ ଦିବ୍ୟଚେତନା

ଗାରେ ଅଙ୍ଗିକାର ବଦ୍ଧତା

ଜନ୍ମ ଓ ମରଣର

ଶେଷ ଠିକଣା ସେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics