STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଶେଷ ଠିକଣା

ଶେଷ ଠିକଣା

1 min
198

କଳା ଗୋରା       ଉଚ୍ଚ ନୀଚ୍ଚ

     ଧନୀ ହେଉ ଅବା ଗରିବ

ମୃତ୍ୟୁ ଆସେ    ନିଶ୍ଚେ ଦିନେ

     ଦିନେ ନା ଦିନେ ମରିବ ।


ମା' କୋଳରେ       କୁଆଁ କୁଆଁ

   ନୂଆ ନୂଆ ଆଶା ନେଇ

ଜୀବନର       ସମାପନେ

   କବରରେ ଯାଏ ଶୋଇ ।


ଯେତେ ଗର୍ବ     ଅହଂକାର   

    ଧନରତ୍ନ  ପରିବାର

ସାଥେ କେହି     ଯାଏ ନାହିଁ 

     ହୋଇଯାଏ ସାତପର ।


ଆସିଅଛ      ଏକା ଏକା

   ଏକା ଛାଡିବ ସଂସାର

ଶେଷ ଆଶ୍ରା     ଅଟେ ତୁମ

    କବରସ୍ଥାନର କବର ।


ଗଢୁଅଛ      କୋଠାବାଡି

    ଦାମୀ ମାରବଲ ଦେଇ

ମରିଗଲେ    ସେହିଠାରେ

   ତୁମ ସ୍ଥାନ ଆଉ ନାହିଁ ।


ସଂସାରର      ମିଛମାୟା

   ମରିଚିକା ପଛେ ଧାଇଁ

 ଥକିଯିବ     ଠକି ଯିବ 

   ଲାଭ କିଛି ହେବ ନାହିଁ ।


ରାତିସାରା        ନୃତ୍ୟଗୀତ

    ରଂଗୀନ ଆଲୋକ ମାଳା

ମୃତ୍ୟୁ ପରେ     ତାହା ନାହିଁ

     ମୂଲ୍ୟହୀନ ରଂଗଶାଳା ।


କବରରେ      ଚିର ନିଦ୍ରା

   ଲଭିବ ଶେଷରେ ତୁମେ

ଅନ୍ଧକାରେ     ବାଦୂଡିର  

  ଶବ୍ଦ ଶୁଭେ ସେହି ଭୂମେ ।


ତୁମ ମାଟି      ଦେହ ସେଠି

    ଶେଷେ ମାଟି ହୋଇଯିବ


ଆସିଥିଲ       ତୁମେ ମନେ

   ଆଶା ନେଇ ଅସୁମାରୀ 

 ଚାଲିଯିବ        କବରକୁ

    ଶେଷେ ଶୂନ୍ୟହସ୍ତ ହୋଇ ।


ମିଛେ ତୁମେ     ଗର୍ବ ଦମ୍ଭ

    ଦେଖାଉଛ କିସପାଇଁ

ସବୁ ଦିନେ    ଚୂନା ହେବ

    ଜାଣି ରଖିଥାଅ ଭାଇ ।


କବରଟା     ତୁମପାଇଁ

   ଅଟଇ ଶେଷ ଠିକଣା

ଯୀଶୁଙ୍କର      ଆଶିର୍ବାଦ

   ଅଟେ ଅନ୍ତିମ ପାଉଣା ।


ମଣିଷର      ଜୀବନଟା

    ବର୍ଷ ମାସ ଦିନେ ଗଣା

ସତ୍ କର୍ମ       ହୁଏ ତା'ର

    ମାନଦଣ୍ଡ ରୂପେ ଗଣା ।


ମୃତ ଦେହ       ପାଇଁ ସିନା

     ଶେଷ ଠିକଣା କବର

କରମର        ବଳେ ନର

   ମହୀରେ ହୁଏ ଅମର ।


 

      


Rate this content
Log in

Similar oriya poem from Inspirational