STORYMIRROR

pranati Mahapatra

Inspirational

2  

pranati Mahapatra

Inspirational

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
100


ହେ ବିଶ୍ଵବାନ୍ଧବ        ଦୀନଜନ ନାଥ

         ତୁମ ବ୍ରହ୍ମ ନାମ ଧରି,

କୀଟରୁ ପତଙ୍ଗ         ବାନରରୁ ନର

        ହୋଇଥାନ୍ତି ଭବୁ ପାରି।

ଆଦ୍ୟ ତୁମେ ଯଦି      ଅନ୍ତ ବି ତୁମେ

       ଶେଷ ସ୍ପର୍ଶ ଦିଅ ଭରି।

        ତୁମ ବ୍ରହ୍ମ ନାମ ଧରି।


ବିଶ୍ଵ ଆଜି ପ୍ରଭୁ       ବିଷମ ସ୍ଥିତିରେ

       ନ ପାରୁଛ କିବା ଦେଖି,

ଚାଲିବା ବୁଲିବା      ବଞ୍ଚିବା ବଢିବା

         ଯାଇଛି ସବୁ ଅଟକି,

ସବୁ ତ କରୁଛ      ନୀଳାଚଳେ ବସି

        ଶେଷ ସ୍ପର୍ଶ ଅଛି ବାକି।

        ଶେଷ ସ୍ପର୍ଶେ କର ସୁଖି।


ମହାମାରୀ ଆଜି    ମହାପ୍ରଳୟରେ

      ତୁମ ସୃଷ୍ଟି କରେ ନାଶ,

ମାଆର କୋଳରୁ।  ପିଲାକୁ ଖାଇସେ

       ହସେ ବିକଟାଳ ହସ,

ପତ୍ନୀ ଠାରୁ ପତି    ସନ୍ତାନ ଠୁ ମାଆ

      ଦୁଃଖଦାୟକ ସେ ଦୃଶ୍ୟ।

       ଦିଅ ପ୍ରଭୁ ଶେଷ ସ୍ପର୍ଶ।


ହେ ବିଶ୍ଵବାନ୍ଧବ        ଦୀନଜନ ନାଥ

       ତୁମ ବ୍ରହ୍ମ ନାମ ଧରି,

ଆକୁଳେ ବିକଳେ     ଡାକୁଅଛୁ ଆମ୍ଭେ

     ନିପାତ ଏ ମହାମାରୀ,

ଅଶାନ୍ତ ଧରାରେ    ଶାନ୍ତ ମଳୟର

      ଚାଦର ତ ଦିଅ ପାରି ।

      ଶେଷ ସ୍ପର୍ଶ ଦିଅ ଭରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational