STORYMIRROR

Pravatirani Mohanty

Romance

3  

Pravatirani Mohanty

Romance

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
319

ତୁମ ପଦ ଚିହ୍ନ ଆଙ୍କି ହୋଇ ଯାଏ

   ମୋ ଜୀବନ ପଥ ଧାରେ

ନ ଆସିଲେ  ବାରେ ହୃଦୟ କନ୍ଦରେ

   ମନ ପକ୍ଷୀ ମୋର ଝୁରେ।

ବାଟ ଭାଙ୍ଗି ଗଲ ମୋର ଅଜାଣତେ

     ଅଛି ତୁମ ପଥ ଚାହିଁ

ନିରାଶ  ଅନ୍ଧାରେ ଆଶାର ଆଲୋକ

    ଲିଭି ଯାଏ ରହି ରହି।

ପ୍ରୀତି ପାର୍ବଣ ପୁରବୀ ରାଗରେ

   ସଙ୍ଗୀତ ମୂୂର୍ଛନା ତୋଳି

ସଜାଇଛି ମୋର ମନ  ମନ୍ଦିରକୁ

   ହୀରାରେ  ଦିପାଳି ଜାଳିି।

ଶେଷ ଫଗୁଣର ଚିଠିିରେ ଅବିର

  ବସନ୍ତର ହୋଲି ବୋଳି

କୋଇଲି ଗାଉଛି ମୋ ମନ ଗହନେ

   ପ୍ରୀତିର  ଚାମର ଢ଼଼ାଳି।


Rate this content
Log in

Similar oriya poem from Romance