Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Tragedy

3  

Jagannath Barik

Tragedy

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
290



ଦୂରେ ବହୁଦୂରେ ସାତ ସିନ୍ଧୁପାରେ

  ରହିଗଲ ପ୍ରାଣପ୍ରିୟ

ବିରହି ଚକୋରି ତୁମ ମୁଖଚନ୍ଦ୍ର

  ଝୁରିହୁଏ ଅହରହ |


ନିଦାଘର ଘର୍ମ ନିବାରଣେ ତୁମେ

  ଶୀତଳ ଚନ୍ଦନ ସମ

ବର୍ଷଣମୁଖର ଭିଜା ବରଷାର

  ପ୍ରେମଘନ କୋଟି କାମ |


ଶୁଭ୍ର ଶରତର ଚନ୍ଦ୍ରିକା ଚର୍ଚ୍ଚିତ

  ତୁମେ ମୋ ବିମଳ ଜହ୍ନ

ଶିଶିର ଶୀତର ମୁକ୍ତାଭ କାକର

  ପ୍ରଣୟର ରସଘନ |


ନବ ବିବାହିତା ରମଣ ଆସକ୍ତା

  ଜଳୁଛି ବିରହାନଳେ

ଦେଖୁଥିଲି ସ୍ୱପ୍ନ ଆସିବ ମୋ ପ୍ରିୟ

  ମଧୁ ଋତୁ ଅବସରେ |


ସଜାଇଲି ମୋର ଅଙ୍ଗ ବଲ୍ଳରୀକୁ

  ତୁମ ପ୍ରେମ ଅଭିସାରେ

କାଉ ବୋବାଇଲେ ନେଉଳ ଦେଖିଲେ

  ହଜିଯାଏ ଆନନ୍ଦରେ |


ସପନ ମିନାର ହେଲା ଚୁରମାର

 କୋଭିଡି ଚିହ୍ନିତ ହୋଇ

ଡାକ୍ତରଖାନାର ଭୂମି ଶେଯେ ରହି

  ମୃତ୍ୟୁ ସଙ୍ଗେ ଲଢୁଥାଇ |


ଥରଥର ହାତେ ଲେଖୁଛି ପତର

  ଲୁହଭିଜା କଲମରେ

ଯହିଁ ତୁମେ ଥାଅ ଭଲରେ ହିଁ ଥାଅ

 ଏତିକି କାମନା କରେ |


ଦଇବ ଦଉଡି ମଣିଷ ତ ଗାଈ

 ଯେଣିକି ଟାଣେ ସେ ଯାଏ

ବଞ୍ଚିବିକି ସତେ ମନେ ନାହିଁ ପ୍ରତେ

  ତୁମ ଆଗମନ ଚାହେଁ |


ଶେଷ ଫଗୁଣର ଏହି ଶେଷ ଚିଠି

  ସାହା ନୀଳଗିରି ସାଇଁ

ଜନମେ ଜନମେ ତୁମେ ମୋର ପ୍ରିୟ

  ତୁମେ ଦେହ ମୁହିଁ ଛାଇ |



Rate this content
Log in

Similar oriya poem from Tragedy