ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି
ଭଲପାଏ ବୋଲି କହିପାରିଲିନି
କଳଙ୍କ ଲାଗିବ ବୋଲି
ଆଖିର ଲୁହରେ ଭିଜୁଛି ପ୍ରିୟା ମୁଁ
ଅବ୍ୟକ୍ତ ବେଦନା ଧରି।
ଭିଜା ଭିଜା ମନ ଭିଜା ଏ ଣ୍ରାବଣ
ଭିଜୁଥିଲି ତୋର ପ୍ରେମେ
ଅଦିନର ଝଡ ଅଲଗା କରିଲା
ପାରୁନାହିଁ ଭାବି ମନେ।
ଜାଣିଛି ପ୍ରିୟା ତୁ ବହୁତ ଦୂରରେ
ଆକାଶର ଚାନ୍ଦପରି
କୁମୁଦ ହୋଇ ମୁଁ ଚାହିଁ ରହିଥିବି
ପାରିବିନି ସିନା ଧରି।
ମେଘକୁମାରୀ ତୁ ମେଘରେ ବିହର
ମୋ ମନ ସପନ ରାଣୀ
ସପନରେ ଦେଖି କଟିଯାଉ ଦିନ
ଆସିବୁନି ଜମା ଫେରି।
ପ୍ରେମର ପରୀକ୍ଷା ଦେଉ ଦେଉ ଗଲା
ଜିତିଲି କିବା ହାରିଲି
ନିଶ୍ଚେ ତୋର ହୃଦ ମୋ ପାଇଁ ଝୁରିବ
ମୋ ପ୍ରେମ ଅମର ବୋଲି।
କାନ୍ଦିବୁନି ପ୍ରିୟା ଯେବେ ତୁ ଜାଣିବୁ
ମୋ ହୃଦ ଥିଲା ତୋହର
ଆର ଜନମକୁ ସାଥି ହେବୁ ବୋଲି
ପୂଜେ ମୁଁ ଭୋଳାଶଙ୍କର।
ଚିଠି ଦେବି ବୋଲି ଭାବୁ ଭାବୁ ମୁହିଁ
ଭାବନାରେ ରହିଗଲି
ସମୟ ତ କେବେ ଅଟକି ରହେନି
ହାତୁ ତୁମେ ଗଲ ଚାଲି।
କାନ୍ଦିଛି ଅନେକ ଖୋଜିଛି ଅନେକ
କେତେ ରାତି ଉଜାଗର
ତଥାପି ଆଶା ମୋ ଯାଇନି ମଉଳି
ତୁମକୁ ଭାବିନି ପର।
ମୋ ହୃଦୟେ ତୁମେ ମୋ ମନରେ ତୁମେ
ତୁମଛଡା କେହିନାହିଁ
ଶେଷଫଗୁଣର ଚିଠି ମୁଁ ଲେଖୁଛି
ପ୍ରିୟା ଗୋ ତୁମରି ପାଇଁ।
ଅସରନ୍ତି ପ୍ରେମ ସାଇତି ରଖିଛି
ତୁମପାଇଁ ପ୍ରିୟତ୍ତମା
ଜହ୍ନରାଇଜରେ ହେବ ନିଶ୍ଚେ ଦେଖା
ରହିଲି କରି ଅପେକ୍ଷା।
ସପନରେ ବୁଲନାହିଁ।ବାସ୍ତବବାଦୀ ହୁଅ।ଯେଉଁ ଜିନିଷ
ହାତରୁ ଖସିଯାଇଛି,ତା'ପଛରେ ନ ଗୋଡାଇ ଯେଉଁଟି
ହାତରେ ଅଛି,ତାକୁ ଧରି ରଖିବାକୁ ଚେଷ୍ଟାକର।ନହେଲେ ହାତରେ ଥିବା ଜିନିଷଟି ମଧ୍ୟ ଖସିଯିବ।

