STORYMIRROR

Pravat Kumar Mohapatra

Classics

4  

Pravat Kumar Mohapatra

Classics

ଶେଷ ଫଗୁଣ ଚିଠି

ଶେଷ ଫଗୁଣ ଚିଠି

1 min
425

ଏହିଟି ଧରଣୀ ରାଣୀ

      ମୁଁ ଯାଉଛି ଆରବର୍ଷ ଦେଖା ହେବ ଯାଇ

ଆସୁଛି ଚଇତ୍ର ନହେବୁ ତୁ ବ୍ୟସ୍ତ

      ସେତ ଦେବୀ ବାସନ୍ତିଙ୍କୁ ପୂଜାରେ ସଜାଇ ।

ଆଣିଥିଲି ଦୋଳ, ହୋଲି

      ରଙ୍ଗରେ ରଙ୍ଗେଇ ଦେଲି

ଭୂଲିବୁନି ସେ ସବୁ କାହାଣୀ

      ଯଦିଥିବ ଅଭିମାନ ଆରବର୍ଷ କଥା ଦେଲି ନିଶ୍ଚେ ମୁହିଁ ଦେବିତ ସୁଝାଇ ।

ମୋ ପାଖରେ ନାହିଁ ବେଳ

      ରାଧାକୃଷ୍ଣଙ୍କର ଦୋଳ

ସେତ ପ୍ରେମ ଅବତାର ଆମେ ମାସ ସାମାନ୍ୟ ମାତର ।

ଆଜି ଅଛୁ କାଲିଯିବୁ, ଆରବର୍ଷ ପୁଣି ଯେ ଆସିବୁ

ଋତୁ ଚକ୍ର ବିଧାନ ତୋହର ।

ଋଷନା କୋହେ ଧରଣୀର ରାଣୀ

      ତୋଠାରୁ ନେଉଛି ମେଲାଣି,

ଏଇଗଲି, ଏଇତ ଆସିଲି

      କେତେଦିନ କେତେରାତି ଏଇତ ଯିବସେ ବିତି

ଏଇମୋର ଶେଷ ଚିଠି

      କଥା ହେବା ଆସିଲେ ମୁଁ ପୁଣି  ।



Rate this content
Log in

Similar oriya poem from Classics