ଶେଷ ହିସାବ
ଶେଷ ହିସାବ
ହୋଇବ ଜୀବନର
ଶେଷ ହିସାବ କରିଛି
କିଏ କେତେ ପାପପୂଣ୍ଯ
ପାପର ଭାର ବଢିଗଲେ
ତେଲ ଘଣାରେ ପକାଇ
ନିର୍ମମ ଭାଵେ ଦଣ୍ଡିବ କାଳ ଯମ
ପୁଣ୍ୟର ଭାର ବଢିଲେ
ପ୍ରାପ୍ତ ହୁଅଇ ସ୍ବର୍ଗଧାମ
ଓହରି ଆସି ପାପର ବାଟରୁ
ସଦା କରିବା ସତ୍ କର୍ମ
କାହାରି ଆଖିରେ ଦେବା
ନାହିଁ ଦୁଃଖ କରୁଥିବା
ଦାନ ଧର୍ମ ମାଳବ ସେବାହିଁ
ଇଶ୍ଵର ସେବା ଏ କଥାକୁ
କେବେ ମଣିବା ନାହିଁ ଅସତ୍ଯ
ଏତ ଅଟଇ ଅକ୍ଷରେ ଅକ୍ଷରେ
ସତ୍ୟ ବଚନ ଜୀବନକୁ
ସଦା କରିବା ସରଳ
ହୋଇବାନି ବିପଥ ଗାମୀ
ଏ ନବ ବରଷେ ସଭିଏଁ
ଆସ କରିବା ପଣ
ବରଷଟି କଟିଯିବ ହୋଇ
ଉତ୍ତମ
ଚଲା ପଥ ହୋଇ ଉଠିବ
କୁସୁମିତ
ସୁଫଳ ମିଳିବ ହୋଇବା
ଇଶ୍ଵରଙ୍କ ଆଶ୍ରୀତ
ଛାଡି ଚାଲି ଯିବା ଇହଧାମ ।
