STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଶେଷ ଗୁରୁ ବାର

ଶେଷ ଗୁରୁ ବାର

1 min
1.4K


ମାଣାବସା ଗୁରୁ ବାର ଆଜି ଶେଷ ହୋଇ ଯିବ

ପୁଣି ଏକ ବରଷେ ଧରା କୁ ଆସିବ

ଶେଷ ଗୁରୁ ବାରେ ମା ଲକ୍ଷ୍ମୀ ପୂଜା ପାଉଛନ୍ତି

ମା ଆଜି କମଳ ପୁଷ୍ପ ରେ ସୁନ୍ଦର ଦିଶୁଛନ୍ତି

ଧାନ ଆଜି ମାଣ ରେ ରହି ଶୋଭା ପାଉଛି

ଲକ୍ଷ୍ମୀ ପାଦ ପଦ୍ମ ଚିତା ରେ ଦାଣ୍ଡ ଦୁଆର ପୁରିଛି

ଲକ୍ଷ୍ମୀ ପୁରାଣ ଆଜି କେତେ ମଧୁର ଲାଗୁଛି

ମା ଙ୍କ ଆଗମନେ ଧରା ଧାମ ହସି ଉଠୁଛି

ମା ଧରା ଧାମ ରୁ ସବୁ କଷ୍ଟ ହରିନେବେ

ଧନ ବୈଭବ ରେ ପ୍ରତି ଘର ଭରିବେ

ମା ତୁମ କୃପା ବଳେ ବିପତ୍ତି କାଟିବ

ସବୁ ସୁଖ ଶାନ୍ତି ସୁଲଭ ହୋଇବ

ମା ଏତିକି ବିନତି ଶେଷ ଗୁରୁ ବାରେ 

ତୁମେ ରହିଥିବ ସଦା ସଭିଙ୍କ ଘରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics