STORYMIRROR

Disambar Meher

Romance

2  

Disambar Meher

Romance

ଶେଷ ଚିଠି

ଶେଷ ଚିଠି

1 min
14.6K



ପ୍ରଥମ ଚିଠି ଲେଖିଥିଲି

ନାଲି ରକ୍ତ ତୂଳିରେ

ଶେଷ ଚିଠି ଲେଖୁଛି

ଆଖି ଭିଜା ଲୁହରେ

ପ୍ରଥମ ସ୍ମୃତି ଥିଲା

ମିଠା ମିଠା ମୃଦୁ ହସଭରା

ଶେଷ ସ୍ମୃତି ଲେଖୁଛି

ବିରହ ଯନ୍ତ୍ରଣା ଦୁଃଖ ଭରା

ପ୍ରଥମେ ଆଙ୍କିଥିଲି

ଗୋଲାପି ଗୋଲାପ ଛବି

ଶେଷ ବେଳେ ଆଙ୍କୁଛି

ଭଙ୍ଗା ହୃଦୟର ପ୍ରତିଛବି

ପ୍ରଥମ ଦେଖାରେ

ମିଶିଯାଇଥିଲା ଆଖି

ଶେଷ ଦେଖାରେ

ବିହୁନି ବିହୁନି କାନ୍ଧୁଛି ଆଖି



ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance