STORYMIRROR

Minakshi Samal

Inspirational

3  

Minakshi Samal

Inspirational

ଶେଫାଳୀ

ଶେଫାଳୀ

1 min
402

ଧୋବଳା ଶରୀରେ ନାରଙ୍ଗୀର ଛଟା

ମନଲୋଭା ଠାଣି ତାର

ଅର୍ଦ୍ଧରାତ୍ରୀରୁ ତା କାୟା ବୃଦ୍ଧି ହୁଏ

ପ୍ରସ୍ଫୁଟିତ ସୌନ୍ଦର୍ଯ୍ୟର।


ବିକଶିତ ମୁଖ ସୁଗନ୍ଧରେ ପୂର୍ଣ୍ଣ

ଚତୁଃପାର୍ଶ୍ବ ସୁଗନ୍ଧିତ

ମନମୁଗ୍ଧକର ଅପରୂପ ଶୋଭା

ହୃଦ ହୁଏ ପୁଲକିତ।


ରାତ୍ରି ଶେଷେ ସେ ଯେ ବୃନ୍ତ ଚ୍ୟୁତ ହୁଏ

ଲୋଟଇ ଧରଣୀ ପରେ

ଲାଗେ ସତେ ଅବା ପ୍ରକୃତି ମାତାର

କୋଳରେ ବିଶ୍ରାମ କରେ।


କ୍ଷଣସ୍ଥାୟୀ ସିନା ଅସ୍ଥିତ୍ବ ତାହାର

ବାଣ୍ଟି ସୌନ୍ଦର୍ଯ୍ୟ , ସୁଗନ୍ଧ

ପ୍ରିୟପାତ୍ର ହୁଏ ଜଗତବାସୀଙ୍କ

ଗାଇ ନିଶ୍ବାର୍ଥତା ଛନ୍ଦ।


ଜ୍ବଳନ୍ତ ଉଦାହରଣ ସାଜିକରି

ମନୁଷ୍ୟକୁ ଶିକ୍ଷା ଦିଏ

ଜଗତ କଲ୍ୟାଣ କରି ମହାନ

ହେବାର କଳାଟି ଶିଖାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational