STORYMIRROR

Santosh Kumar Sahu

Classics

2  

Santosh Kumar Sahu

Classics

ଶେଫାଳୀ

ଶେଫାଳୀ

1 min
88

ଦୁନିଆଁଟା ଶୋଇଗଲେ ଛାଇଗଲେ ଅନ୍ଧାର 

ବାତାୟନ ଭେଦିଆସେ ସ୍ନିଗ୍ଧବାସ ତୋହର ।

ଶୁଭ୍ର ସାତ୍ତ୍ଵିକ ଦେହେ ଏତେ ଦିବ୍ୟ ସୌରଭ

ସେ ବାସ ଆଘ୍ରାଣେ ଆହା ପୁରିଉଠେ ହୃଦୟ।

ଅଦୂରେ ପଲ୍ଳବ ମେଳେ ପ୍ରସ୍ଫୁଟିତ ତୋ ତନୁ 

ରଜନୀ କ୍ଷୟରେ କ୍ଷୟ ଆୟୁଷ ତୋ ଯେଣୁ ।

କ୍ଷଣିକ ଜୀବନେ ତେଣୁ ଚହଟାଇ ସୁବାସ 

କ୍ଷଣିକ ଏ ସଂସାରକୁ ଦିଆଯାଉ ଆଭାସ ।

ସମୟଟା ସରିଗଲେ ଝରିଯାଏ ଏ ଦେହ 

ରୂପ,ଗନ୍ଧ ଉଡିଯାଏ କାହା ପାଇଁ ଏ ମୋହ ।

ରୂପ ଥିଲେ ଦୁନିଆଁ ଟା କରୁଥାଏ ଆଦର 

ତା ପରେ ଧୂଳିରେ ଖସି ଧୂଳି ହୁଏ ଶରୀର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics