STORYMIRROR

Santosh Kumar Sahu

Inspirational

2  

Santosh Kumar Sahu

Inspirational

ଏକତା ହିଁ ବଳ

ଏକତା ହିଁ ବଳ

1 min
10.3K



ଏକତା ହିଁ ବଳ ଏକତା ସମ୍ବଳ

ସାଙ୍ଗ ହିନ ଜନ ଦୀନ,

ଏକତା ବଳ ରେ ସର୍ବ ସାଧିହୁଏ

ନିସଙ୍ଗତା ମୁଲ୍ୟହିନ ।।


ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ଜାତ ହୁଏ

ପ୍ଲାବିତ କରଇ ଧରା ,

ନିଷ୍ପ ଜନତା ଏକତା ବଳରେ

ବିପ୍ଲବ ରଚଇ ପରା ।।


କ୍ଷୁଦ୍ର ପିପିଲିକା ଚରାଚର ବିଶ୍ବେ

ତୁଚ୍ଛ ବିବେଚିତ ହୁଏ,

ଶତ ପିପିଲିକା ଏକତ୍ରିତ ହେଲେ

ଗଜ ମଧ୍ୟ ଭୟ ପାଏ ।।


ନିଜକୁ କେବେବି ଦୁର୍ବଳ ମନାସି

ଭାବିବନି କେବେ କ୍ଷୁଦ୍ର ,

ଅସାଧ୍ୟ ସାଧନ କରିବାକୁ ତୋର

ହୃଦୟରେ ଅଛି ରୁଦ୍ର ।।



Rate this content
Log in

Similar oriya poem from Inspirational