Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Sahu

Others

3  

Santosh Kumar Sahu

Others

ମୋ ଗାଁ

ମୋ ଗାଁ

1 min
4.9K


ଯେଉଁ ମାଟିରେ ମୁଁ ଗଡିଛି ବଢିଛି

ବୁଲିଛି ଯା ବିଳବଣେ

ଯା ଅନ୍ନ ତଣ୍ଡୁଳ, ଯହା ଫୁଲଫଳ

ମୋ ଦେହର ପ୍ରତିକୋଣେ ।

ସେ ମାଟିର ମହକ କରେ ବିମୋହିତ

ପହିଲି ବର୍ଷା ର ତାଳେ

ଦାରୁଣ ଗ୍ରୀଷ୍ମରେ କବଳିତ ହେଲେ

ଯିଏ ଆଶ୍ରା ଦିଏ ଗଛତଲେ ।

ମୋ ପିଲାବେଲେ ଯାହା ପୋଖରୀ ରୁ

ତୋଳୁଥିଲି ନୀଳକଇଁ

ଛନ୍ଦ ଚପଳା ନଈକୂଳେ ଯାର

ବୁଲୁଥିଲି ଗୀତ ଗାଇ ।

ଯେଉଁ ମାଟିରେ ମୋ ଶୈଶବ କଟିଛି

କୈଶୋର ଯାଇଛି ବିତି

ଯୌବନ ରେ ସିନା ପ୍ରବାସେ ରହିଲି

ଜରା ରେ ଆଶ୍ରା ସେ ମାଟି ।


Rate this content
Log in