STORYMIRROR

Santosh Kumar Sahu

Classics

3  

Santosh Kumar Sahu

Classics

ଆ ଲୋ ମୋ ମାଆ

ଆ ଲୋ ମୋ ମାଆ

1 min
354

ଆକାଶ ପାତାଳ ସର୍ବ ଦିଗପାଳ 

ତୃଷାର୍ତ ତୋ ଦର୍ଶନେ 

ଦେଇ ଦରଶନ କୃତାର୍ଥ କରିଦେ 

ତୋ ଭକ୍ତ ବତ୍ସଳ ଜନେ

ଶତ ସୂର୍ଯ୍ୟ ସମ ଆଭା ଆବରଣ

ବନପତି ପୃଷ୍ଠେ ବସି 

ସହାସ୍ଯ ବଦନେ ଆ ମୋ ମାଆଲୋ 

ହରିବାକୁ ପାପରାଶି

ଶରତ ସରସୀ ସୁନୀଳ ପୟରେ

ପଖାଲି ଦିବ୍ୟ ପୟର

ଶରତ ରଜତ ନୀରଦ ମଣ୍ଡଳୀ

ଆସ୍ଥାନ ରେ ବେଜେ କର

କୁମାର କୁଷ୍ମାଣ୍ଡ ଫଳ ସଙ୍ଗେ ପୁଷ୍ପ

ତା ସଙ୍ଗେ କାକୁଡି କଷି

ଆନନ୍ଦେ ତୋ ହସ୍ତେ ସମର୍ପି ଦେଉଛି

ଆଦରି ନେ ମାଁ ହସି

ବିଶ୍ୱଜନ ମନେ ଭକ୍ତି ଭରି ଦେ ଗୋ

କଳୁଷ ନେ ମାଆ ହରି

ଖଳ ଦୁଷ୍ଟଜନ ଗର୍ବ ସଂହାରିବୁ

କୁଷ୍ମାଣ୍ଡା ନାମ ସଂଚରି

ଦଶ ଆୟୁଧ ର ସଂହାର ଶବଦେ

ଥରିଉଠୁ ପାପି ହିଆ

ସତ୍ୟ ଓ ଧର୍ମ ପଥେ ବିଶ୍ଵ ଚାଲୁ ମାଁ ଗୋ

ଅଧର୍ମ ର ଲିଭୁ ନାଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics