STORYMIRROR

Santosh Kumar Sahu

Abstract

3  

Santosh Kumar Sahu

Abstract

ମୁଖା

ମୁଖା

1 min
100

ଧରଣୀ ବୁକୁରେ ମାନବ ହୃଦୟରେ

ମୃତ୍ୟୁ ର ଭୟ ବିରାଜେ

ଅଜଣା ଭୁତାଣୁ ଭସ୍ମ କରୁଅଛି

ଶିଖାହିନ ଅଗ୍ନି ପରାୟେ ।।

ଗୃହ ବନ୍ଧନରେ ମାନବ ସକଳ

ଶୁଣୁନାହିଁ ଆଉ ତିକ୍ତ କୋଳାହଳ

ଭୟ ଶାନ୍ତି ଆଜି ଖେଳେ

ତଥାପି ଯେ ମୃତ୍ୟୁ ରଚଇ ତାଣ୍ଡବ

ସତେ କି ଏ ଧରା ଜନ ଶୂନ୍ୟ ହେବ

ସୂକ୍ଷ୍ମ ଭୁତାଣୁ ର ବଳେ ।।

ସତର୍କ ହୋଇଲେ ରୋଗ ନ ଆସିବ

ନିକକୁ ରଖିବା ସଫା

ବିଶ୍ୱ ଆଜି ପିନ୍ଧୁ ମୁଖରେ ମୁଖାଟେ

ରୋଗ ନ ଦେବ ଆଉ ଦେଖା ।।


Rate this content
Log in

Similar oriya poem from Abstract