ଶବର ଓ ଶିବ
ଶବର ଓ ଶିବ
ଜଗନ୍ନାଥ ପରି ଶିବବି ମୂଳତଃ
ଶବର ମାନଙ୍କ ଦେବ
ବ୍ରାହ୍ମଣ୍ୟ ଧରାରେ ମିଳିତ ହୋଇଲେ
ବୈଦିକ ହୋଇଲେ ଶିବ l
ଶିବ ପୁରଣlରେ ପ୍ରମାଣ ମିଳଇ
ଶବର ପୂଜା କାହାଣୀ
ଖୁଦୁରୁକୁଣୀ ରେ କେଉଁଠି ନିଶ୍ଚିତ
ଅଛି ଶିବଙ୍କର ବାଣୀ l
ବଣ ଜଙ୍ଗଳରେ ଶିବଙ୍କୁ ଶବର
ନିତିପ୍ରତି ପୂଜୁଥିଲା,,
ନାକ କଟା ଛଅ ବହୂ ପାଇଁ ସିଏ
ଥରେ ମାତ୍ର ପୂଜାକଲା l
ଶିବl ଶିଷ ପାଇ ଛଏ ନାକ ପାଇ
ବିରୂପାକ୍ଷ ଶବରକୁ,,
ପୂଜକ ପଣରେ ଅନୁମତି ନେଇ
ନିମନ୍ତ୍ରୀ ଥିଲେ ଗୃହକୁ l
ଶିବଙ୍କର ଅନ୍ୟ ଏକ ନାମ ଅଟେ
ବିରୂପାକ୍ଷ ବୋଲି ଜାଣ,,
ବହୁ ଶିବାଳାୟେ ଶୁଦ୍ର ପୂଜକ ଯେ
ଅଛନ୍ତି ଅଛି ପ୍ରମାଣ l
ଏକ ଶିବରାତ୍ରି ପୂଜାର ଉଲ୍ଲେଖ
ଲୁବ୍ ଧକ ନାମରେ ଅଛି,,
ଅଇରି ମର୍ଦ୍ଦନ ଅନ୍ୟ ଏକ ବ୍ରତ
ପୁସ୍ତକେ ଉଲ୍ଲେଖ ଅଛି l
ସୁନ୍ଦର ସେନରେ ନାମେକ ଶବର
ଗୋଟିଏ ବହିରେ ଲେଖା,,
ଏ ସର୍ବେ ଅଟନ୍ତି ସଦାଶିବ ଭକ୍ତ
ଅଣ ବ୍ରାହ୍ମଣ ରେ ଲେଖା,,
ଏଥିରୁ ସୁସ୍ପଷ୍ଟ ଶବରର ପୂଜା
ମୂଳରୁ ହୋଇଛି ଯୋଖା l
ଶିବ ପୁରଣlରେ ପାପ କର୍ମା ନାମେ
ଏକଇ ଶବର ଅଛି,
ଅନେକ ପାପ ରୁ ଶିବ ପୂଜା କରି
ସିଏ ମୁକତି ପାଇଛି l
ପର କାଳେ ଶିବ, ହରି ସମନ୍ବିତ
ପ୍ରଥା ପ୍ରଚଳିତ ଅଛି,,
ଶାବର, ବୈଦିକ ଦେବତା ଉତ୍କଳେ
ଲିଙ୍ଗରାଜ ପ୍ରମାଣୁଛି l
କାର୍ତ୍ତିକ ଶୁକଳ ପ୍ରତିପଦା ଠାରୁ
ଦଶମୀ ତିଥି ମଧ୍ୟରେ,,
ବଳଭଦ୍ର ହରି ହର ରୂପେ ପୁଣି
ରୁହନ୍ତି ଭକ୍ତ ମଧ୍ୟରେ l
ଏହିପରି କେତେ ଶବର ପୂଜନ
ଶସ୍ତ୍ର ପ୍ରମାଣ ଦେଇଛି,,
ଆମ ହିନ୍ଦୁ ଗ୍ରନ୍ଥ ଶବର ଓ ଶିବ
କେତେ କଥା ପ୍ରମାଣୁଛି ll
