STORYMIRROR

Amita Dash

Abstract Inspirational Children

4  

Amita Dash

Abstract Inspirational Children

ଶବ୍ଦରୁ ସୃଜନ

ଶବ୍ଦରୁ ସୃଜନ

1 min
465


ନଈ କୂଳରେ ଘର ଆମର

ବନ୍ୟା, ବାତ୍ୟା କୁ ନାହିଁ ଖାତର

ବିପଦରେ ସାହା ହୋଇବ କାଳିଆ ଠାକୁର

ଝାଞ୍ଜି ଖରାର ପ୍ରକୋପ ନାହିଁ

ସୁଲୁସୁଲିଆ ପବନ ବହେ ରହି ରହି

ନଈ ପଠାରେ ଝୁମ୍ପୁଡି ଟିଏ

ରାଜ ଉଆସ ଠୁ କୋଉ ଗୁଣରେ କମ୍ ନୁହେଁ ।


ବାପା ମୋର ଚାଷୀ ଲୋକ

ନଈ ପଠାରେ କରନ୍ତି ପନିପରିବା ଚାଷ

ଦୁଇ ଓଳି ଖାଉ ଶାନ୍ତି ରେ ଦୁଇ ମୁଠା ଭାତ

ଆମ ଘରେ ମାଁ ଲକ୍ଷ୍ମୀ ଙ୍କ ବାସ।

ବାଡିରେ ଆମର ବହୁ ପ୍ରକାର ଫଳ ଫୁଲ ର ସମ୍ଭାର।

ଜାତି ,ଜାତିକା ପ୍ରଜାପତି ଆଉ ଭଅଁର

ଫୁଲରେ ବସି କରନ୍ତି ଗପସପ

ବାପା, ବୋଉ ଦିନ ତମାମ ବଗିଚା ରେ କରନ୍ତି କାମ।

ମୋତେ କୁହନ୍ତି ପାଠ ପଢି ଚାକିରୀ ଟେ କର।


ନଈରେ ବଢ଼ି ଆସିଲେ ବଡନାଳ ବନ୍ଧରେ ଅସ୍ଥାୟୀ ଭାବେ ରହ

ତେଣୁ ବାପା କୁହନ୍ତି ବଡ଼ହୋଇ ସହରରେ କୋଠାଘରକରିରହ

ମୋ ଘର ଆଉ ନଈ କୂଳର ଯୋଉ ଅନୁପମ ସୁନ୍ଦରତା

କୋଉଠି କୁ ଛାଡି ଯିବାକୁ ହୁଏନି ମନ ମୋର

ଏଇଠି ରହିବି,ବଡ଼ କୋଠା ଘର କରିବି

ପାଠ ପଢି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବି

ମୋ ଗାଁ ମୋ ନଈ ପଠା ମୋତେ ସୁନ୍ଦର

କୁଆଡେ ଛାଡି କି ଯିବିନି ବାପା, ବୋଉଙ୍କୁ ମୋର


ସହରୀ ବାବୁ ହେବିନି

ମୋ ଗାଁ ରେ ବାବୁ ହୋଇ ରହିବି

ଗାଁ ସହ ଚାରିଖଣ୍ଡି ଗାଁ ର ଗରିବ ପିଲାମାନଙ୍କୁ ପାଠ ପଢାଇବି

ସବୁ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବି

ମୋ ଗାଁ ସରଗଠୁ ବି ସୁନ୍ଦର

କୁଳୁକୁଳୁ ହୋଇ ବହି ଯାଇଥିବା ମୋ ଗାଁ ନଈ 

ଗଙ୍ଗା ମାଁ ପରି ପବିତ୍ର ଆଉ ନିର୍ମଳ।

ତା ପାଣି ରେ ନିତ୍ୟ ସ୍ନାନ ହେଉଥାଉ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract