Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others

4  

KRUTIBAS NAYAK

Inspirational Others

ଶବ୍ଦରୁ ସୃଜନ-3 : ଅଭିନୟ ଗୀତି-କବିତା : ଜୀବନ ନାଟକେ ଆମେ ଦୁଇଜଣ

ଶବ୍ଦରୁ ସୃଜନ-3 : ଅଭିନୟ ଗୀତି-କବିତା : ଜୀବନ ନାଟକେ ଆମେ ଦୁଇଜଣ

1 min
312



ଜୀବନ ନାଟକେ ଆମେ ଦୁଇଜଣ କରୁଥିଲେ ଅଭିନୟ,

ହସ ଆଉ କାନ୍ଦ ଦୁଃଖ ଆଉ ସୁଖ ହେଉଥିଲା ବିନିମୟ |(ଘୋଷା)



ତୁମରି ହସର ପସରା ମୁଣ୍ଡାଇ,

ତୁମ ପ୍ରୀତିଭାଷା ଗୀତି ଗାଇଗାଇ |

ମୋର ପାଇଁ ତୁମେ ତୁମପାଇଁ ମୁହିଁ-

ଏଇ ଥିଲା ପରିଚୟ |

ଜୀବନ ନାଟକେ ଆମେ ଦୁଇଜଣ କରୁଥିଲେ ଅଭିନୟ(1)


ଆମରି ନାଟକ ରଙ୍ଗମଞ୍ଚ ଭାଜି,

ଲୋତକରେ ସବୁ ସୁଖ ଗଲା ଭିଜି |

ପରଦା ପଡ଼ିଲା ତଳେ,

ଝରାଫୁଲ ମୁହିଁ ବିରହୀ କପୋତୀ-

ନିରବେ ଲୋତକ ଢାଳେ |

ସେଇ ନାଟକରେ ତୁମେ ଜିତିଗଲ 

ହେଲା ମୋର ପରାଜୟ |

ଜୀବନ ନାଟକେ ଆମେ ଦୁଇଜଣ କରୁଥିଲେ ଅଭିନୟ |(2)





 


Rate this content
Log in

Similar oriya poem from Inspirational