ଶବ୍ଦରୁ ସୃଜନ -27 : ଶେଷ ନିଷ୍ପତ୍ତି : କବିତା : ବୟସ ମୋହର ଅଶି ପାରିହେଲେ :
ଶବ୍ଦରୁ ସୃଜନ -27 : ଶେଷ ନିଷ୍ପତ୍ତି : କବିତା : ବୟସ ମୋହର ଅଶି ପାରିହେଲେ :
ମୋ ହାତରେ କିଏ ଧରାଇଲା ମସୀ ହୃଦୟରେ ରଙ୍ଗ ଭରି,
ସେ ରଙ୍ଗରେ ମୁହିଁ ଦୁନିଆ ଦେଖୁଛି ଆକାଶ ପରଦା ଚିରି |
କବିତାରୁ ମୋର ଝରେ ପ୍ରୀତିଧାର ଯୁବକର ଉଦ୍ଦାମତା,
ଆନନ୍ଦ ସଂଧାନେ ଜୀବନକୁ ନେଇ ମାପେ ତା'ର ଗଭୀରତା |
କବିତା ମୋ ସୁଖ କବିତା ଜୀବନ କବିତାରେ ମୋର ଯାତ୍ରା,
କବିତା ମୋ ଧନ କବିତାରେ ଜ୍ଞାନ-ଶଦ୍ଦରେ ଦିଏ ମାତ୍ରା |
କେତେ ଆସୁଥିବେ ପୁଣି ଯାଉଥିବେ ନିଜକୁ ମଣିବେ ବୃଦ୍ଧ,
ବୟସ ତ ମୋତେ ଛୁଇଁ ପାରେନାହିଁ ଜଳିଲେ ହେଉଛି ଶୁଦ୍ଧ |
ଧବଳ କେଶକୁ ମପାଯାଏ ନାହିଁ ବୟସର ମାପକାଠି,
ଚର୍ମ ଲୋଳିତ ରୁକ୍ଷ ବସନ୍ତ ଦମ୍ଭ କରିଛି ଛାତି |
ଅନ୍ୟର ବୟସ ବଢିବଢି ଗଲେ ବୃଦ୍ଧ ହେଲି ବୋଲି କହୁଛି,
(କିନ୍ତୁ), ମୋହର ବୟସ ଅଶି ପାରିହେଲେ ଜାଣିବେ ତିରିଶ ହେଇଛି |
ଲେଖୁଛି ମୁଁ ଗପ ଲେଖୁଛି କବିତା ଲେଖୁଛି ମୁଁ ପ୍ରେମଗୀତ,
ସମାଜର ହିତ ପାଇଁ ବ୍ୟଙ୍ଗଗୀତି ଲେଖୁଥିବି ନିୟମିତ |
* ଏହା ମୋର ଶେଷ ନିଷ୍ପତ୍ତି |