STORYMIRROR

Apalata Aruk

Abstract

2  

Apalata Aruk

Abstract

ଶବ୍ଦପ୍ରିୟା

ଶବ୍ଦପ୍ରିୟା

1 min
114

ଶବ୍ଦପ୍ରିୟା ସାଉଁଟେ ମୁଁ ଶବ୍ଦର ମୁକୁତା,

ଶବ୍ଦରେ ଶବ୍ଦରେ ରଚେ ବିଭୋର କବିତା

ଶବ୍ଦରେ ଶରଧା ମୋର ଶବ୍ଦରେ ମୋ ପ୍ରୀତି,

ଶବ୍ଦ ମୋର ପୂଜା ଆଉ ଶବ୍ଦ ମୋ ଆରତିି

ଶବ୍ଦ ମୋ ପରମ ଶାାନ୍ତି ଶବ୍ଦ ମୋର ନିିଶା,

ଶବ୍ଦ ମୃତ୍ୟୁ ସଞ୍ଜିବନୀ ଜୀଇଁବାର ଆଶା

ଯେଉଁ ଦିନ ସଂସାରରୁୁ ମୋ ସତ୍ତା ହଜିବ,

ମୋ ତନୁ ସଜେଇଦେବ ଶବ୍ଦରେ ହେ ଦେବ

ଆଞ୍ଜୁଳାରେ ଭରିଦେବ ଶବ୍ଦର ସୁମନ,

ଶବ୍ଦବ୍ରହ୍ମରେ ମୋ ଆତ୍ମା ହୋଇଯିବ ଲୀନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract