STORYMIRROR

ପ୍ରଶାନ୍ତ କୁମାର ବେହେରା

Romance

3.9  

ପ୍ରଶାନ୍ତ କୁମାର ବେହେରା

Romance

ଶବ୍ଦଫୁଲ ମାଳାଟିଏ .......

ଶବ୍ଦଫୁଲ ମାଳାଟିଏ .......

1 min
23.7K


ସଖା, ତମ ଲେଖନୀର

ନିରବତା ଭାରି କଷ୍ଟ,

ଭାରି କଷ୍ଟ

ତୋଳି କି ପାରୁନ ମୋ ପାଇଁ 

ନୀଳ ଆକାଶରୁ ଚେନାଏ ନୀଳିମା

ତମ ପାଇଁ କୁଞ୍ଜବନ 

ଭୁଲି କି ଗଲେଣି କୃଷ୍ଣ ?


- ନା, ନା, ସଖି, ନିରବି ଯାଇନି ଲେଖନୀ

ନୀରବି ନାହିଁ ମୋ ହୃଦ -

- କୁଞ୍ଜବନ ବଂଶୀ ସ୍ୱନ l

ତମ ପାଇଁ ନୀଳ ଆକାଶର

ନୀଳ ଦର୍ପଣରେ ଏବେ ବି ଦେଖୁଛି

ମୁଠା ମୁଠା ନୀଳ ସ୍ୱପ୍ନ l


- ତେବେ କୁହ ସଖା, କେବେ

ତମ ଲେଖନୀ ରଚିବ ମୋ ପାଇଁ 

ମଧୁଛନ୍ଦ ?

କେବେ ତମେ ପୁଣି ମୋ ପାଇଁ

ରଚିବ କଳାର କୋଣାର୍କ 

ବିଞ୍ଚିବ କବିତା ଗୋଲାପ ଗନ୍ଧ ?


- ଏଇ ଦେଖ ସଖି

ଶବ୍ଦ ଫୁଲ ତୋଳି

ତମପାଇଁ ଗୁନ୍ଥିଦେଲି 

ମାଳଟିଏ ।

ଖୋଲିଦିଅ ସଖି ତମ 

ମନ୍ଦିର ଦ୍ୱାର ତମକୁ

ଏ ମାଳ ମୁଁ ପିନ୍ଧାଇ ଦିଏ ।



Rate this content
Log in

Similar oriya poem from Romance