ଶବ୍ଦ
ଶବ୍ଦ


ଶବ୍ଦ ଚେତନାରୁ ଚୈତନ୍ୟ
ଆସେନାହିଁ ଆଜିକାଲି
କହି ହୁଏ ନାହିଁ ଖୋଲି ଖାଲି
ଶବ୍ଦ ହୁଏ ମରୁବାଲି
ଧୁ ଧୁ ଦିଗହଜା ପତନ ।
ଶବ୍ଦ ରୁ ଅଶବ୍ଦ ଦୁଃସବ୍ଦ
ବିପରୀତ ଭାବବୋଧ
ଯାନିସିଆଣା ଅନାଗ୍ରହୀ
ମାରନ୍ତି ହାକୁଟି ନାଦ
ଦେଖିଶୁଣି ହୁଏ ସ୍ତବ୍ଧ ।
ଶବ୍ଦକୁ ଶବ୍ଦ ରେ ଗୁନ୍ଥି
କେବେ ଲେଖୁଛି କବିତା
କେବେ ପାଳେ ନୀରବତା
ଆଣି ମାଧୁର୍ଯ୍ୟ ଅବା ସ୍ନିଗ୍ଧତା
ସିନ୍ଦୁରେ ସିନ୍ଦୁରା ସିନ୍ଦୁର ସିନ୍ଥି ।
ଶବ୍ଦରେ କୁହୁଳି ଶବ୍ଦରେ ବତୁରି
ଶବ୍ଦର ଚାତୁରୀ ଶବ୍ଦ ରେ ପହଁରି
ଏଵେ ବିତୁଛି ମୋ ଦିନ ରାତି
ସବୁ ଶବ୍ଦ ଯଦି ଭାଷା ହୋଇଯିବ
ସାହିପାରିବକି କେବେ ଛାତି ।