STORYMIRROR

Amita Dash

Abstract Inspirational Children

4  

Amita Dash

Abstract Inspirational Children

ଶବ୍ଦ ରୁ ସୃଜନ

ଶବ୍ଦ ରୁ ସୃଜନ

1 min
504

ଶବ୍ଦ ରୁ ସୃଜନ

***********

୧. ବର୍ଷା ସହ କିଛି ସ୍ମୃତି

****************

ଚାରି,ପାଞ୍ଚ ଦିନ ଧରି ଲାଗି ରହିଥିଲା ବର୍ଷା ଝଡି

କେମିତି ଇସ୍କୁଲ ଯିବୁ ଆମେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି।


ସାପ,ବେଙ୍ଗ ମାନଙ୍କର ଚାଲିଛି ଖେଳ ଲୁଚକାଳି

ଚଗଲା ପିଲାଏ କାଗଜ ଡଙ୍ଗା ଭସାଇବା ରେ ଲାଗିଛନ୍ତି

ଇସ୍କୁଲ ଯିବାକୁ କାହାର ନିଘା ନାହିଁ।


କାହା ପାଖରେ ନାହିଁ ବେଏଗେ ଖଣ୍ଡେ

ନା ବି ଅଛି କି ଛତା ବାଡି

 ବାପାଙ୍କ ପୁରୁଣା ପେଣ୍ଟରେ ତିଆରି ଆମ ବହି ର ବସ୍ତାନି।


ବାଃ, ବାଃ ରେ ଦେଖ ଜେଜି ମାଁ ର ରଡି

ମଲା,ଏ ବରଷା ଝଡି ,ଯାହା ଲାଗି ରହିଛି ଏତେ ଦିନ ଧରି

ଏ ନିଆଁ ନଗା ଇସ୍କୁଲ ବନ୍ଦ ଯେ ,ପିଲା ଘରକୁ ଉଠା ପକା କଲେଣି


ମୋ ମନ ଭାରୀ ଦୁଃଖ ହେଉଚି

ଏ ବରଷ ଗଣେଶ ପୂଜା ପାଳନ ହୋଇ ପାରିବନି ଲାଗୁଚି

ମୋ ମନ ଥିଲା ବହୁତ ଖୁସି

ମାଟି ଗୁଳି କରି ଯୋଉ ଶୁଖେଇ ରଖିଥିଲି

ଗଣେଶଙ୍କ ଆସ୍ଥାନ ପାଖରେ ପୂଜା କରିବି ବସି

ଅଙ୍କ ରେ ଭଲ ନମ୍ବର ପାଇବି

ସବୁ ସାରି ଦେଲା ସତିଆ ନାଶିଆ ବରଷା ଝଡି।


ଝଡି କୁ ଖାତର ନ କରି ,ବାହାରି ପଡ଼ିଲୁ ଇସ୍କୁଲ ଯିବାକୁ ପଖିଆ ଧରି

ହାତରେ ଫୁଲ ଚାଙ୍ଗଡ଼ା ଅଛି ହେଲେ

ଗୋଡ଼ରେ ଯୋତା ଚପଲ କିଛି ନାହିଁ।


'କାଳିଆ' ଢେଙ୍କଣା ଟାର ପାଦ ,ପାଣି କାଦୁଅରେ ଗଲା ଖସି

ପାଣି ସୁଅରେ ଭାସି ଗଲା ସିଏ ଇସ୍କୁଲ ଗଡିଆ  

ଆମେ ସବୁ ଚାହିଁଚୁ ଭେଲକା ହୋଇ


ବୁଦ୍ଧି,ଉପାୟ କିଛି ଶୁଝିଲାନି

ଜେଜି କହିଥିବା କଥା ଗଲା ମନେପଡି

ବିପଦରୁ ରକ୍ଷା କରିବା ଭଲ ମଣିଷ ପଣିଆରେ ସରି।


ପଖିଆ,ବହି ବସ୍ତାନି ଚୁଲିକି ଦେଇ ଡେଇଁ ପଡ଼ିଲି ଗଡିଆ କୁ ମୁହିଁ

କାଳିଆ' କୁ କୂଳ କୁ ନେଇ ଆସିଲି

ମୋ ସଂଖ୍ୟା ଗଣା ଖଡ଼ିକା ବିଡା ଆଉ ମାଟି ଗୁଳି ବଣ୍ଡୁଳି ଗଲା ଭାସି।


ସିଏ ଭାସି ଗଲାନି ଯେ 

ମୋର ଅଙ୍କ ରେ ଶହେ ଅଙ୍କ ରଖିବା ସପନ ଦେଲା ଭାଙ୍ଗି।

ନିଜ ରଚନାରୁ

ଅମୀତା ଦାଶ ✍🏼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract