STORYMIRROR

Sahil Kumar Das

Classics

3  

Sahil Kumar Das

Classics

ଶବ୍ଦ ନାୟିକା

ଶବ୍ଦ ନାୟିକା

1 min
225

କି ଉପମା ଦେବି ଶବ୍ଦ ନାୟିକାର

ତୁଚ୍ଛା ଶବ୍ଦ ସମାହାରେ

ଲେଖି ବସିଲେ ତା ସୌନ୍ଦର୍ଯ୍ୟ ବକ୍ରୋକ୍ତି

କଳ୍ପ ଟିଏ ବିତିପାରେ

ଯମକ ଚାହାଣୀ ହସ ଉତପ୍ରେକ୍ଷା

ଅଳଂକୃତା ମାଳୋପମା

ସୌନ୍ଦର୍ଯ୍ୟ କାମିନୀ ବାକ୍ୟ ବିଭୂଷିତା

ଶବ୍ଦ ରସେ, ଅନୁପମା

ବିଚିତ୍ର ଶ୍ଳେଷାର୍ଥ କାନ୍ତି ବଦାଭାଷ

କଥା ମୃଦୁ ଉପସର୍ଗ

ଏତିକି ଶବ୍ଦରେ ଥକେ ମୋ ଲେଖନୀ

ରଚି ତା' ସୌନ୍ଦର୍ଯ୍ୟ ରୂପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics