STORYMIRROR

Shiba Charan Mahapatra

Abstract

2  

Shiba Charan Mahapatra

Abstract

ଶବ୍ଦ ମୋହ

ଶବ୍ଦ ମୋହ

1 min
365

ଆକାଶ ଭର୍ତ୍ତି ଶବ୍ଦ ଯେ' କେବଳ ମୋର

ସେ ଅପନିନ୍ଦା ବୋଝ

ଦିଅନାହିଁ ମୋତେ

ଆସ

ତୁମେ ବି ତା' ପଦଧ୍ୱନୀରେ ନିଶାସକ୍ତ ହୁଅ

ଉପଲବ୍ଧି କର

ଡାଏରୀ ପୃଷ୍ଠାରେ ସାଇତି

ତା' ଅଳି ଅର୍ଦ୍ଦଳି ସୁଖ ଦୁଃଖ ଯେତେ


ସ୍ଥିତପ୍ରଜ୍ଞ ଆଖିର ଚିକମିକ୍ ସ୍ୱପ୍ନ ସବୁ

ମୋର

ଆଉ ସେ ସ୍ୱପ୍ନର ବାସ୍ତବତା କେବଳ ଯେ ତୁମେ

ଏ ରଙ୍ଗୀନ ମିଛ କହିବିନି କେବେ


କିମ୍ବା

ସାଉଣ୍ଟି ନେବିନି ତୁମ ଅବ୍ୟକ୍ତ ଭାବନା

ଅନ୍ଧକାର ମୁହୂର୍ତ୍ତ ଭିତରେ

ଶୁଖିଲା ପତ୍ର ହୋଇ ଝଡିଯିବି ଯେବେ


ନଇ ବହୁଛି ତ ବହିବାକୁ ଦିଅ

ଧୂଳି ପ୍ରେମରେ ମୁଠେ ଧୂସରିତ ମୋହ

ନିତିଦିନ ଯାଉଥାଉ ବୋହି

ଆକାଶ ମାପୁଛି ତା' ଛାତିର ଦ୍ରାଘିମା

ତ ମାପିବାକୁ ଦିଅ

ଚହଲା ପାଣିରେ ଦେଖୁ ନିଜେ ନିଜ ଛାଇ


ଫଗୁଣ ଲେଖୁଛି ଯଦି ଲେଖୁଥାଉ

ଜହ୍ନ ପାଇଁ ତାରା ପାଇଁ

ବେନାମୀ ପ୍ରେମଚିଠି


ମୋର କି ଯାଏ ଆସେ

କିନ୍ତୁ

କାଗଜ ହୃଦୟ ନିତି ସହୁଥାଉ

ବଉଳର ହସ ଆଉ ଜହ୍ନ ଦେହ ତାତି


ଲୋଡା ନାହିଁ ମୋତେ ମୁକ୍ତିର ନିର୍ମାଲ୍ୟ ଅବା

ହୀରା ଲୀଳା ମୋତି

ଲୋଡାନାହିଁ ମୋତେ ସେ ଚନ୍ଦନ ମହକ

ଅବା

ଅବାଞ୍ଛିତ ସମ୍ପର୍କର ମିଛ ପ୍ରତିଶ୍ରୁତି


ବାସ୍

ଲୋଡା ଖାଲି ମୋ ଆଖିରେ ଖୋଲା ସରଗ'ଟେ

ଯା' ତଳେ ମୁଁ

ଶବ୍ଦ ମୋହରେ ତାରାଫୁଲ ହୋଇ ଝୁଲୁଥିବେ

ସାଜି

ବିକ୍ରମାଦିତ୍ୟ କାହାଣୀର ଅତୃପ୍ତ ଆତ୍ମାଟେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract