STORYMIRROR

Dharmaraj Majhi

Romance

3  

Dharmaraj Majhi

Romance

ଶବ୍ଦ ଜୀବନ୍ତ

ଶବ୍ଦ ଜୀବନ୍ତ

1 min
142

ଏ କବିତାର ସବୁ ଶବ୍ଦ ମୋର ,

ଜୀବନ୍ତ ବୋଲି ତ ,

ସମ୍ମୋହିତ କରୁଛି ତୁମକୁ,

ପଢୁ ପଢ଼ୁ ଜକେଇ ଯାଉଛି ତୁମ ଆଖି,

ଅନବରତ ଓଦା ହେଉଛି ଆଖିପତା !!


ଶବ୍ଦଗୁଡିକୁ ସ୍ପର୍ଶ କରୁ କରୁ

ଶିହିରି ଯାଉଛି ତୁମ ଦେହ

ଆଉ ଅନୁଭବ କରୁଚ ମୋତେ !!


ଶବ୍ଦ ଗୁଡ଼ିକ ସ୍ମୃତିସ୍ନାକ୍ତ ବୋଲି ତ,

ଆଖି ବୁଜି ସ୍ମରଣ କରୁଛ ମୋତେ,

ବିମୋହିତ କରୁଛି ତୁମକୁ

ମାେ ଦେହର ବାସ୍ନା ,


ହାତ ଧରି ନେଇ ଯାଉଛି ତୁମକୁ,

ସେ ନିଷିଦ୍ଧ ଇଲାକାକୁ,

ତୁମ ଅତୀତକୁ !!!


ଶବ୍ଦ ମାନେ,

ତୁମକୁ ହିଁ ତ ଚିହ୍ନନ୍ତିି;

ହେଇ ,

ଦେଖୁନ..;

ଅସଜଡା ହେଲେଣି

ଅତଃସ୍ତତଃ ହେଲେଣି

ଅନ୍ୟମନସ୍କ ହେଲେଣି ସବୁ

ବୋଧଗମ୍ୟ ମୋଟେ ହେଉ ନାହାନ୍ତି

ଅନ୍ୟମାନଙ୍କ ପାଇଁ !!


ତୁମେ କିନ୍ତୁ ଠିକ୍ ପଢି ପାରୁଛ 

ବୁଝି ବି ପାରୁଛ,

ଆଉ ଖୋଜୁଛ:-

ସେଇ ତିନୋଟି କୁହୁକ ଶବ୍ଦ...!!

ଆଉ ଏ ମାେ କବିତା,

ତୁମକୁ କହୁଛି କାନେ କାନେ ,

" ଭଲ ପାଏ ତୁମକୁ",

"ହଁ ଭଲ ପାଏ ତୁମକୁ "!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance