STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଶବ୍ଦ ଗୁରୁ ନା ଗୁରୁ ଶବ୍ଦ

ଶବ୍ଦ ଗୁରୁ ନା ଗୁରୁ ଶବ୍ଦ

1 min
181


ଶୂନ୍ୟ ରୁ ପରିପୂର୍ଣ୍ଣତା ଯାଏଁ

ଶଦ୍ଦର ସମାହାର

କର୍ତ୍ତବ୍ୟ ଆଉ ସାଧନା ଭିତରେ

ଶବ୍ଦ ହିଁ ଗନ୍ତାଘର

ଦିନଚର୍ଯ୍ୟା ଅବା କୌଶଳ କାରିଗରୀ

ଶବ୍ଦ ପରିପୂର୍ଣ୍ଣତାର

ସ୍ଥାପତ୍ୟ ଭାସ୍କର୍ଯ୍ୟ ହସ୍ତଶିଳ୍ପରେ ପା

ଶବ୍ଦ ବି ଜାଦୁଗର

ନିତିବାକ୍ୟ ହେଉ ଆଶୀର୍ବାଦ ପାଉ

ଶବ୍ଦ ମରୁବାଲି ସ୍ୱର

ସଂଗୀତ କବିତା ସମୁଦ୍ର ଲହରୀ

ଶଦ୍ଦ ମନୋହାରୀ ମନୋହର

ବଂଶୀ ମୂର୍ଚ୍ଛନା ତୋଲୁଥାନ୍ତି କହ୍ନେଇ

ଶବ୍ଦ ବେପଥୁ ଜଉଘର

ନିଶବ୍ଦ ବେଳାରେ ନିର୍ଜ୍ଜନ ସ୍ଥାନରେ

ଶବ୍ଦ ତୋଳେ ବାଲିଘର

ପିଲାଦିନେ ବୋହୁଚୋରି ଲୁଡୁ ତାସପାଲି

ଶବ୍ଦ ସାରସ ଘର

ଦିଗବଳୟ ପାରେ ଜହ୍ନ ରାତିରେ ବର୍ଷା ଟୋପାରେ

ରାଜୁତି ବି ଶବ୍ଦ ପାହାଡର

ମୂଷାପରି ଅଣାୟତ୍ତ ମଦମତ୍ତ କବି ସାହିତ୍ୟିକ

ଶଦ୍ଦ ବିନ୍ଧାଣୀ ଅବା ଶବ୍ଦ କାରିଗର

ଗୁରୁ ମନ୍ତ୍ର କାଳେ ଶପଥ ବେଳାରେ ସ୍ତୋତ୍ରରେ

ଶବ୍ଦ ଗୁରୁବାକ୍ୟ ସାର

ଗୁରୁ ଅର୍ଥ ସାମର୍ଥ୍ୟ, ଯଥାର୍ଥ ବୁଝିବାକୁ ଲୋଡା

ଗୁରୁ ଶବ୍ଦ ସମ ଶବ୍ଦ ଫୁଲହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract