ଶବ୍ଦ ଅଭିମାନ
ଶବ୍ଦ ଅଭିମାନ
ଆଜି ମୁଁ ସତେ ଯେମିତି
ନିର୍ଜୀବ ପାଲଟି ଯାଇଛି
ହାତରୁ କଲମ ଖସିଗଲା ପରେ
ଶବ୍ଦ ସବୁ ଅଭିମାନରେ ମୋ ପାଖରୁ ଫେରିଗଲେ
ଆଜି ଶ୍ରୀହୀନ ମୁଁ ଶବ୍ଦ ଚଉହଦି ବିନା
ନିସଙ୍ଗ ପ୍ରତିତ ହୁଏ ଏ ଜୀବନ
ଶବ୍ଦ ସଙ୍ଗେ ଶେଷ ଥର ପାଇଁ
ଏଇ କିଛି ଦିନ ତଳେ ପ୍ରାଣ ଭରି ବଞ୍ଚିଥିଲି
ହଜି ଯାଇଥିଲି ଅତି ସହଜରେ
ଭୁଲି ଯାଇଥିଲି ମୋ ଦୁନିଆରେ ଆଉ କେହି ଅଛି ବୋଲି
ମୋତେ ଦୂରେଇ ଯିବାକୁ ହେବ
ସମୟଠୁ ଟିକେ ସମୟ ଉଦ୍ଧାର ମୁଁ ନେବି
ସଜେଇବି ନିଜକୁ ଅତି ଯତନରେ
ଭାବ ଆବେଗ ଅନୁଭବ ବିଶ୍ୱାସକୁ ପାଥେୟ କରି
ଅତୀତ ବର୍ତ୍ତମାନ ଅଦୃଶ୍ୟ ଭବିଷ୍ୟତର
କୁହେଳିକା ମଧ୍ୟରେ ଯେ ପଥ
କରିଛି ନିଜ ପାଖରେ ଏମିତି ଶପଥ
କରିବାକୁ ହେବ ଅନାୟାସେ କବଳିତ
ସୁଖ ଦୁଃଖ ସାଥେ ନେଇ ଜୀବନଯାତ୍ରା ଏ
ଇତିହାସ ପାଲଟି ଯାଆନ୍ତି କେତେ ମଣିଷ ଯେ ହାଏ ।।