STORYMIRROR

Gangotri Priyadarshini

Abstract Tragedy Others

3  

Gangotri Priyadarshini

Abstract Tragedy Others

ଶବ୍ଦ ଅଭିମାନ

ଶବ୍ଦ ଅଭିମାନ

1 min
209

ଆଜି ମୁଁ ସତେ ଯେମିତି 

ନିର୍ଜୀବ ପାଲଟି ଯାଇଛି

ହାତରୁ କଲମ ଖସିଗଲା ପରେ

ଶବ୍ଦ ସବୁ ଅଭିମାନରେ ମୋ ପାଖରୁ ଫେରିଗଲେ

ଆଜି ଶ୍ରୀହୀନ ମୁଁ ଶବ୍ଦ ଚଉହଦି ବିନା

ନିସଙ୍ଗ ପ୍ରତିତ ହୁଏ ଏ ଜୀବନ


ଶବ୍ଦ ସଙ୍ଗେ ଶେଷ ଥର ପାଇଁ

ଏଇ କିଛି ଦିନ ତଳେ ପ୍ରାଣ ଭରି ବଞ୍ଚିଥିଲି

ହଜି ଯାଇଥିଲି ଅତି ସହଜରେ

ଭୁଲି ଯାଇଥିଲି ମୋ ଦୁନିଆରେ ଆଉ କେହି ଅଛି ବୋଲି


ମୋତେ ଦୂରେଇ ଯିବାକୁ ହେବ

ସମୟଠୁ ଟିକେ ସମୟ ଉଦ୍ଧାର ମୁଁ ନେବି

ସଜେଇବି ନିଜକୁ ଅତି ଯତନରେ

ଭାବ ଆବେଗ ଅନୁଭବ ବିଶ୍ୱାସକୁ ପାଥେୟ କରି

ଅତୀତ ବର୍ତ୍ତମାନ ଅଦୃଶ୍ୟ ଭବିଷ୍ୟତର

କୁହେଳିକା ମଧ୍ୟରେ ଯେ ପଥ 

କରିଛି ନିଜ ପାଖରେ ଏମିତି ଶପଥ

କରିବାକୁ ହେବ ଅନାୟାସେ କବଳିତ 

ସୁଖ ଦୁଃଖ ସାଥେ ନେଇ ଜୀବନଯାତ୍ରା ଏ

ଇତିହାସ ପାଲଟି ଯାଆନ୍ତି କେତେ ମଣିଷ ଯେ ହାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract