STORYMIRROR

Prahallad Sahoo

Classics Fantasy Children

4  

Prahallad Sahoo

Classics Fantasy Children

ଶୈଶବ

ଶୈଶବ

1 min
330


ସ୍ନିଗ୍ଧ ସକାଳର କୁହୁଡି କାକର ଭିଜା ସ୍ମୃତି

ମାଆର ପଣତ ତଳେ ଅଳି ଅର୍ଦ୍ଦଳିର ଅନୁଭୁତି

କଁଅଳ ମନରେ ସରଳ ଜୀବନର ଅବସ୍ଥିତି 


ଅଭିମନ୍ତ୍ରିତ ଅଦ୍ଭୁତ ଅହେତୁକ ଚପଳତା 

ଛନ୍ଦ କପଟ ହୀନ ସ୍ୱୟଂସିଦ୍ଧ ସ୍ବତନ୍ତ୍ରତା 

ଲକ୍ଷ୍ୟହୀନ ଗତିପଥେ ଅତିକ୍ରମେ ନିରବତା 


କାମନା ବାସନା ହୀନ କଅଁଳ ସ୍ବଭାବ 

ସ୍ବଛ୍ଛ ସୁନିର୍ମଳ ସୁବର୍ଣ୍ଣ ସମ ଅନୁଚିନ୍ତା 

ଅନାବିଳ ସ୍ନେହ ପ୍ରେମ ଓ ମମତାର ପ୍ରତୀକ 


ନିର୍ଭୀକ ନୀଳାଭ ନିରୁଦ୍ଦିଷ୍ଟ ନିଷ୍କପଟ ଇଚ୍ଛା 

ନିଷ୍ଠା ଓ ପରାକାଷ୍ଠାର ନିଷ୍ଠୁର ଅସାମଞସ୍ୟ 

ଦଶା ଦିଶା ହୀନ ଅକଳ୍ପିତ ଅଜସ୍ର ଉତ୍ସୁକତା 


ଆମୋଦ ପ୍ରମୋଦ ଦ୍ବନ୍ଦ ବିହୀନ ମାନସିକତା

ଛଳନା ବିହିନ କୃତ କର୍ମର ସ୍ବଛ୍ଛାଚାରିତା 

ବିଷାଦ ଅପବାଦର ଅଦୃଶ୍ଯ ମରୁ ମରିଚୀକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics