Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଶୈଳପୁତ୍ରୀ

ଶୈଳପୁତ୍ରୀ

1 min
317



ଜନମିଲ ମାତା ହିମାଳୟ ବକ୍ଷୁ

   ଶୈଳପୁତ୍ରୀ ନାମ ନେଇ.

ପ୍ରତିପଦା ରାତ୍ରେ ପ୍ରତି ଶକ୍ତି ପିଠେ

   ପୂଜା ପାଅ ମହାମାୟୀ ।


ବୃଷଭ ବାହାନେ ନନ୍ଦୀ ଗିରି ଶୃଙ୍ଗେ

    ଉଭା ହେଲ ଦୁଇ ଭୁଜା.

ଅର୍ଦ୍ଧ ଚନ୍ଦ୍ର ଭାଲେ ଶୀତଳ ଜ୍ୟୋସ୍ନାରେ

     ପ୍ରତି ପିଠେ ପାଅ ପୂଜା ।


ଶୋଭା ପାଏ ପଦ୍ମ, ତ୍ରିଶୁଳ ହସ୍ତରେ

    ଦୁର୍ଲ୍ଲଭ ରୂପିଣୀ ମାତା.

ସର୍ବରୋଗ ହାରୀ ସତୀ ମାତା ଗୌରୀ

     ଚରଣେ ଘୃତ ଅର୍ପିତା ।


ସଙ୍କଟ ହାରିଣୀ ତ୍ରିଲୋକ୍ୟ ମୋହିନୀ

    ଶିବାନୀ ମାତା ଭବାନୀ

ପ୍ରତିପଦା ରାତ୍ରେ ଘେନ ମୋ ମିନତୀ

     ଚରଣେ ଶରଣ ଜନନୀ ।


Rate this content
Log in

Similar oriya poem from Inspirational