STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଶୈଳ ଶ୍ରୀକ୍ଷେତ୍ରର ମାଆ ବୁଢୀ

ଶୈଳ ଶ୍ରୀକ୍ଷେତ୍ରର ମାଆ ବୁଢୀ

1 min
183


ମାତୃ କୈନ୍ଦ୍ରିକ ସଂସ୍କାର ଆମର ନାରୀଙ୍କ ସମ୍ମାନ ରକ୍ଷା

ଗ୍ରାମେ ଗ୍ରାମେ ଗ୍ରାମ ଦେବତୀ ପ୍ରତିଷ୍ଠା ଲକ୍ଷ ଗ୍ରାମର ସୁରକ୍ଷା।


ମାଟି ଘୋଡା ଦେଖି ମଥାନତ କରେ ଅଜଣା ପଥିକଟିଏ

ଆଦିବ୍ୟାଧି ଠାରୁ ଦୂରେଇ ରଖିବ ସେହି ମାଆ ଆଉ କିଏ !


ଓଡିଶାର କେନ୍ଦ୍ରାଞ୍ଚଳ ଅନୁଗୁଳ ହୋଇଛି ନୂତନ ଜିଲ୍ଲା

ଶିଳ୍ପ ସମୃଦ୍ଧ ସେ ଜିଲ୍ଲାରେ ବଦଳି ଗଲାଣି ପୁରୁଣା କିଲ୍ଲା।


ଅନୁଗୋଳ ସହରର କେନ୍ଦ୍ରସ୍ଥଳୀ ସୁନାଶଗଡ ଉପରେ

ଜଗଦ୍ଧାତ୍ରୀ ମାଆ ବୁଢୀ ଠାକୁରାଣୀ ଗ୍ରାମ ଦେବତୀ ରୂପରେ।


ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଆମ କନ୍ଧ ସଉରା ଶବର

ସୁନାଶ କନ୍ଧର ରାଜଗଡ ଥିଲା ଦେବତୀ ସ୍ଥାପି ଉପର।


ମଦନମୋହନ ପାର୍ବତୀ ଶଙ୍କର ଗାୟତ୍ରୀ ମନ୍ଦିର ସହ

ଦୁର୍ଗା ମଣ୍ଡପରେ ପୁରିଛି ପର୍ବତ କମ୍ପମାନ ଗହଗହ।


ସୁନା ଶଗଡ଼ର ସୁନା ଝିଅ ପରି ବସିଅଛି ବୁଢୀ ମାଆ

ବୁଢା ବୁଢୀ ପୂଜନର ପରମ୍ପରା ପ୍ରଚୀନ କାଳର ରାହା।


ଚୁମ୍ବକୀୟ ପଥରରେ ମୂର୍ତ୍ତି ଗଢା ସ୍ଵତନ୍ତ୍ର ଗଠନ ଶୈଳୀ

ଦୂରା ଦୂରାନ୍ତରୁ ଭକ୍ତ ଧାଇଁଆସେ କରିବାକୁ ନିଉଛାଳି।


ସୁନା ଶଗଡରେ ସୁନା ଦିଅଁ ବିଜେ ଶୈଳ ଶୀରିକ୍ଷେତ୍ର ଧାମ

ଦୁଇ ହଜାର ଦୁଇ ଖ୍ରୀଷ୍ଟାବ୍ଦରେ ଗଢା ଅନୁଗୋଳ ପୂର୍ଣ୍ଣକାମ।


ସାହିତ୍ୟିକ କବି ବନ୍ଧୁ ପରିବାର ସାପ୍ତାହିକ ଆସରରେ

ମାଆ ବୁଢୀ ପାଦେ ଜୁହାର ବରଗେ ଚାହିଁଥାଅ କୃପାଭରେ। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract