STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶୈଵ କ୍ଷେତ୍ର ବୁଦ୍ଧ ଖୋଲ

ଶୈଵ କ୍ଷେତ୍ର ବୁଦ୍ଧ ଖୋଲ

1 min
191


ଚାଲ ଯିବା ମିତ ଦର୍ଶନ କରିବା ଚାଲ

କ୍ଷେତ୍ର ମଧେ ସେ ତ ଶୈବ କ୍ଷେତ୍ର ବୁଦ୍ଧଖୋଲ

ସେ ପ୍ରାକୃତିକ ଦୃଶ୍ୟ ଲଗାଇ ମନୋହର

ପାହାଡ଼,ନଦୀ,ଝରଣା ନିଏ ମନ ମୋର

ପୂଜା ପାଉଛନ୍ତି ଶିବ ହୋଇ ଗଙ୍ଗାଧର

ପାଞ୍ଚ ଲିଙ୍ଗେଶ୍ୱରଙ୍କ ମହିମା ଯେ ଅପାର

ଶ୍ରାବଣେ ଆସନ୍ତି ଭକ୍ତ ଧରି ପାଣି ଭାର

ମନ ଜାଣି ଫଳ ଦିଅନ୍ତି ଭୋଳା ଶଙ୍କର

ଶାନ୍ତ ପରିବେଶ ଯୋଗୀଙ୍କୁ ଆଣୁଛି ଟାଣି

ସାଧନା କରନ୍ତି ସାଧୁ ଧର୍ମ କ୍ଷେତ୍ର ଜାଣି

ଶ୍ରୀ କର ନଗରେ ରହିଅଛି ବୁଦ୍ଧ ଖୋଲ

ବୁଦ୍ଧଦେବଙ୍କ କିରତି ଦେଖି ଯିବା ଚାଲ

କାର୍ତ୍ତିକ ମାସେ ଲଗାଇ ଭକତ ଗହଳି

ଆସନ୍ତି ଭକ୍ତ ଜଳନ୍ତି ଭକ୍ତି ଦୀପାଳି

ମହୋତ୍ସଵ ତାର ହୁଅଇ ପାଦ ଦେଶରେ

କଳା ସଂସ୍କୃତିର ହୁଏ ପ୍ରଚାର ସେଠାରେ 

ହେ ଗଙ୍ଗାଧର ଜାଣୁଛ ଅନ୍ତର ଆମର

ଦର୍ଶନ ମିଳୁ ବୁଦ୍ଧ ଖୋଲ କ୍ଷେତ୍ରରେ ତୁମର

ସିଦ୍ଧଗୁମ୍ଫା ,ବୁଦ୍ଧ ଖୋଲ ଲାଗଇ ମନୋହର

ହର ପାର୍ବତୀ ମୂରତି କରୁଛି ବିଭୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational